ମୁଖ୍ୟ ଖବର
ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ବଡ଼ ଅପଡେଟ୍। ଗତକାଲି ପୁଲିସ ଜୟପୁରର ସୁନୀଲ ହୋତାଙ୍କୁ ଉଠାଇଥିବା ବେଳେ ଫେରାର୍ ଅଭିଯୁକ୍ତ ବ୍ୟବସାୟୀ ସୁଦର୍ଶନ ଜେନା ଆଜି ଆତ୍ମସମର୍ପଣ କରିଛି । ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ସୁଦର୍ଶନ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ଉଭୟଙ୍କୁ ପୁଲିସ ଜେରା କରୁଛି। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗୀ ଥିଲା ସୁଦର୍ଶନ।
ସୂଚନା ଥାଉକି, ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଲିସ ବିଜେଡି ଜିଲ୍ଲା ସଭାପତି ବିକ୍ରମ କୁମାର ପଣ୍ଡାଙ୍କ ସହ ୧୨ଜଣଙ୍କୁ କୋର୍ଟ ଚାଲାଣ କରିଥିଲା। ଗତକାଲି ପୁଲିସ ଜୟପୁରର ସୁନୀଲ ହୋତାଙ୍କୁ ଉଠାଇଥିବା ବେଳେ ଆଜି ଫେରାର୍ ଅଭିଯୁକ୍ତ ବ୍ୟବସାୟୀ ସୁଦର୍ଶନ ଜେନା ଆତ୍ମସମର୍ପଣ କରିଛି । ଉଭୟଙ୍କୁ ପୁଲିସ ଜେରା କରୁଛି। ସୁନୀଲ ହୋତା ଜୟପୁରରେ ତାଙ୍କ ଫାର୍ମ ହାଉସରେ ଦୁଇଜଣ ଅଭିଯୁକ୍ତକୁ ଆଶ୍ରୟ ଦେଇଥିଲେ ଏବଂ ଅଭିଯୁକ୍ତମାନଙ୍କ ପାଇଁ ଟଙ୍କା ଖର୍ଚ୍ଚ କରିଥିବା ଗତକାଲି ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସପି ସରବଣା ବିବେକ ଏମ ସୂଚନା ଦେଇଥିଲେ। ଏହି ଘଟଣାରେ ଜଡ଼ିତ ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଷୋୟୀ ଏବେବି ଫେରାର ଅଛି। ଉମାକୁ ଧରିବା ପୁଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଉମା ଧରାପଡ଼ିବା ପରେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କୁହାଯାଉଛି।
Comments ସମସ୍ତ ମତାମତ