Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମୋଟେରାରେ ଆଜିଠୁ ପିଙ୍କ୍‌ ବଲ୍‌ ଟେଷ୍ଟ

    Share on :
    ajab-Image
    Date: Feb 24, 2021    Views: 3685

    ଅହମଦାବାଦ: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ ଚେନ୍ନାଇରେ ୧-୧ ହେବା ପରେ ଆଜିଠୁ ମୋଟେରାରେ ନବ ନିର୍ମିତ ସର୍ଦ୍ଦାର ପଟେଲ ଷ୍ଟାଡିୟମରେ ଖେଳାଯିବ ତୃତୀୟ ଟେଷ୍ଟ । ଏହି ଟେଷ୍ଟ ପିଙ୍କ୍‌ ବଲରେ ଖେଳାଯିବ । ଉଭୟ ଭାରତ ଓ ଇଂଲଣ୍ଡ ପାଇଁ ମ୍ୟାଚ୍‌ଟି ବେଶ୍‌ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲରେ ସ୍ଥାନ ପକ୍କା କରିବାକୁ ହେଲେ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚ୍‌ରେ ଉଭୟ ଦଳକୁ ଭଲ କରିବାକୁ ହେବ ।

    ସର୍ଦ୍ଦାର ପଟେଲ ଷ୍ଟାଡିୟମ ବିଶ୍ୱର ସର୍ବବୃହତ କ୍ରିକେଟ୍‌ ଷ୍ଟାଡିୟମ । ଯାହାର ଦର୍ଶକ ଧାରଣ କ୍ଷମତା ୧ ଲକ୍ଷ ୧୦ ହଜାର । ଷ୍ଟାଡିୟମରେ ଯେଉଁଭଳି ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି ତାହା ବିଶ୍ୱର ଅନ୍ୟ କେଉଁ ଷ୍ଟାଡିୟମରେ ଉପଲବ୍ଧ ନୁହଁ । ନୂଆ ଷ୍ଟାଡିୟମରେ  ଆଜି ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯିବ ।ଏହି ମ୍ୟାଚ୍‌ ଦେଖିବା ପାଇଁ ବହୁ ପୂର୍ବରୁ ୫୦ ପ୍ରତିଶତ ଟିକେଟ୍‌ ବିକ୍ରି ସରିଛି । ମ୍ୟାଚ୍‌  ଆଜି ଅପରାହ୍ଣ ୨.୩୦ ମିନିଟରୁ ଆରମ୍ଭ ହେବ । ପ୍ରଥମ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହେବା ପରେ ଭାରତ ଦ୍ୱିତୀୟ ଟେଷ୍ଟରେ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରି ସିରିଜ୍‌ ବରାବର କରିଥିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook