Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ତକିଆ ତଳେ କେବେ ବି ରଖନ୍ତୁନି ଏହି ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ

    Share on :
    ajab-Image
    Date: May 26, 2023    Views: 2352

    ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଆପଣଙ୍କ ଜୀବନରେ ପ୍ରତ୍ୟେକ ଛୋଟ ବଡ ଜିନିଷର ମହତ୍ତ୍ୱ ରହିଥାଏ। ଏପରି କିଛି ଜିନିଷ ଅଛି, ଯଦି ଆପଣ ବାସ୍ତୁ ଅନୁଯାୟୀ ରହିବେନି, ତେବେ ଏଥିରୁ ବାହାରୁଥିବା ନକାରାତ୍ମକ ଶକ୍ତି ଆପଣଙ୍କ ଜୀବନରେ ବାସ୍ତୁ ଦୋଷ ସୃଷ୍ଟି କରିବ।  ଆହୁରି ମଧ୍ୟ, ଏହିସବୁ କାରଣରୁ ଆପଣଙ୍କ ଜୀବନରେ ଦାରିଦ୍ର୍ୟତା ଆସିପାରେ, ଆପଣ କାଙ୍ଗାଳ ବି ହୋଇପାରନ୍ତି। ବାସ୍ତୁ ଶାସ୍ତ୍ର ଆମ ଜୀବନରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠାକୁର ଘର, ରୋଷେଇ ଘର ସବୁ ବାସ୍ତୁ ଅନୁଯାୟୀ ହେବା ଉଚିତ୍ । ଏହା କରିବା ଦ୍ୱାରା ଘରେ ସୁଖ-ସମୃଦ୍ଧି ଆସିଥାଏ। ଏହା ପରିବାର ମଧ୍ୟରେ ସମ୍ପର୍କକୁ ଭଲ ରଖିଥାଏ। ଏଥିସହ କେବେ ବି ଧନର ଅଭାବ ହୁଏ ନାହିଁ ।
    ସାଧାରଣତଃ ଦେଖାଯାଏ, ଲୋକମାନେ ଶୋଇଥିବା ସମୟରେ ନିଜ ହାତରେ ପିନ୍ଧିଥିବା ଘଣ୍ଟାକୁ ତକିଆ ତଳେ ରଖନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘଣ୍ଟାକୁ ତକିଆ ତଳେ ରଖିବା ଉଚିତ୍ ନୁହେଁ। ଶୋଇବା ସମୟରେ ଘଣ୍ଟାକୁ ତକିଆ ତଳେ ରଖିବା ଦ୍ୱାରା ଏହାର ଶବ୍ଦ ନିଦକୁ ବ୍ୟାଘାତ କରିଥାଏ। ଏଥିରୁ ବାହାରୁଥିବା ବିଦ୍ୟୁତ୍-ଚୁମ୍ବକୀୟ ତରଙ୍ଗ ମଧ୍ୟ ଆମ ମନ ଏବଂ ହୃଦୟରେ ଖରାପ ପ୍ରଭାବ ପକାଇଥାଏ।  ଏହି ତରଙ୍ଗ ଯୋଗୁଁ ସମଗ୍ର କୋଠରୀରେ ନକାରାତ୍ମକ ଶକ୍ତି ସୃଷ୍ଟି ହୁଏ ଯାହା ଆପଣଙ୍କ ମାନସିକ ଶାନ୍ତିକୁ ଖରାପ କରିଥାଏ। ଏଥି ସହିତ ଆପଣଙ୍କ ବିଚାରଧାରାକୁ ମଧ୍ୟ ନକାରାତ୍ମକ କରିଥାଏ।

    Maximum 500 characters

    ବିଶେଷ View all

    Find Us on Facebook