Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ପ୍ରକାଶ ପାଇବ ପିଜି ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା

    Share on :
    ajab-Image
    Date: Sep 23, 2022    Views: 2980

    ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନ ୨ଟା ବେଳେ ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଦ୍ୱିତୀୟ ପର୍ୟ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ତାଲିକାରେ ସ୍ଥାନ ପାଇଥିବା ଛାତ୍ରଛାତ୍ରୀମାନେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜଗୁଡିକରେ ଯୁକ୍ତ ତିନି ପ୍ରଥମ ବର୍ଷରେ ନାମ ଲେଖିପାରିବେ । ଆସନ୍ତା ୨୪ ଓ ୨୫ ତାରିଖ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଥିବାବେଳେ ୨୬ ତାରିଖ ସନ୍ଧ୍ୟା ୬ଟା ସୁଦ୍ଧା ଦ୍ୱିତୀୟ ପର୍ୟ୍ୟାୟର ନାମଲେଖା ଡାଟା ଅପଡେଟ୍‌ କରାଯିବ ।

    ଦ୍ୱିତୀୟ ପର୍ୟ୍ୟାୟରେ ଯଦି ସିଟ୍‌ ବଳକା ରହିଲା, ତେବେ ୨୯ ତାରିଖରେ ସାମ୍ସ ୱେବସାଇଟ୍‌ରେ ଏହାର ତଥ୍ୟ ପ୍ରକାଶ ପାଇବ । ଅକ୍ଟୋବର ୧୦ ତାରିଖରେ ସ୍ପଟ୍‌ ମେଧା ତାଲିକା ପ୍ରକାଶ କରାଯିବ । ତେବେ ଏହି ପର୍ୟ୍ୟାୟରେ ଚୟନ ହେବାକୁ ଥିବା ଛାତ୍ରଛାତ୍ରୀ ଅକ୍ଟୋବର ୧୧ ଓ ୧୨ ତାରିଖରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନରେ ରିପୋଟିଂ କରିବେ । ୧୪ ତାରିଖ ଦିନ ଚୁଡ଼ାନ୍ତ ସ୍ପଟ ମେଧା ତାଲିକା ପ୍ରକାଶ ପାକଇବ । ସେମାନଙ୍କ ନାମଲେଖା ୧୫ ରୁ ୧୭ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook