Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜିଠାରୁ କମନ୍‌ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ

    Share on :
    ajab-Image
    Date: Feb 27, 2026    Views: 3390

    ଭୁବନେଶ୍ୱର: ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଓ ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ଶିକ୍ଷାବର୍ଷ ୨୦୨୬-୨୭ ନିମନ୍ତେ ସ୍ନାତକୋତ୍ତର (ପିଜି) ନାମଲେଖା ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ବିଭିନ୍ନ ପିଜି ପାଠ୍ୟକ୍ରମରେ ନାମ ଲେଖାଇବାକୁ ଛାତ୍ରୀଛାତ୍ରଙ୍କୁ କମନ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ (ସିପିଇଟି) ପରୀକ୍ଷା ଦେବାକୁ ପଡ଼ିବ । ଏହି ପ୍ରବେଶିକା ପରୀକ୍ଷା ପାଇଁ ଶୁକ୍ରବାରଠାରୁ ଆବେଦନ ଆରମ୍ଭ ହୋଇଛି।

    ଛାତ୍ରୀଛାତ୍ର ମାର୍ଚ୍ଚ ୧୫ ତାରିଖ ପର୍ୟ୍ୟନ୍ତ ସାମ୍ସ ପୋର୍ଟାଲରେ କମନ ଆପ୍ଲିକେଶନ ଫର୍ମ ପୂରଣ କରି ଆବେଦନ କରିପାରିବେ। ଏପ୍ରିଲ ୨୭ରୁ ମେ’ ୧୦ ତାରିଖ ପର୍ୟ୍ୟନ୍ତ ବିଭିନ୍ନ ସ୍ନାତକୋତ୍ତର ବିଷୟ ପାଇଁ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସିପିଇଟି ମାର୍କ ଆଧାରରେ ହିଁ ଛାତ୍ରୀଛାତ୍ରଙ୍କୁ ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ଚୟନ କରାଯିବ।

    ଏଥିସହ ଜୁଲାଇ ୧୦ ସୁଦ୍ଧା ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସ୍ନାତକୋତ୍ତର ପାଠପଢ଼ା ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ଫଳରେ ଠିକ୍‌ ସମୟରେ ସ୍ନାତକୋତ୍ତର ପାଠପଢ଼ା ଶେଷ ହେବା ସହ ପରୀକ୍ଷା ଫଳ ଘୋଷଣା କରାଯାଇପାରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook