Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜିଠୁ ପିଜି ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା

    Share on :
    ajab-Image
    Date: Oct 3, 2023    Views: 2848

    ଭୁବନେଶ୍ୱର:୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଦ୍ୱିତୀୟ ପର୍ୟ୍ୟାୟ ପିଜି ନାମଲେଖା ମଙ୍ଗଳବାର ୩ ତାରିଖରୁ ଆରମ୍ଭ ହେବ। ସକାଳ ୧୦ଟାରୁ ୫ ତାରିଖ ଅପରାହ୍ନ ୫ଟା ଭିତରେ ମନୋନୀତ ଛାତ୍ରୀଛାତ୍ର ନାମ ଲେଖାଇବେ। ୧୦ ତାରିଖ ଅପରାହ୍ନ ୨ଟାରେ ବଳକା ସିଟ୍‌ ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ଚୟନ ହୋଇଥିବା ଛାତ୍ରୀଛାତ୍ର ୧୨ତାରିଖ ଅପରାହ୍ନ ୫ଟା ଭିତରେ ନାମ ଲେଖାଇବେ। ୧୩ ତାରିଖ ରାତି ୯ଟା ଭିତରେ ଶିକ୍ଷାନୁଷ୍ଠାନଗୁଡ଼ିକ ଇ-ସ୍ପେସ୍‌ରେ ନାମଲେଖା ସମ୍ପର୍କିତ ସମସ୍ତ ତଥ୍ୟ ଅପ୍‌ଲୋଡ୍‌ କରିବେ। ଉଲ୍ଲେଖଯୋଗ୍ୟ, ଗତ ଅଗଷ୍ଟ ୨୧ରୁ ପିଜି ପ୍ରଥମ ବର୍ଷ ପାଠପଢ଼ା ଚାଲିଛି। ପ୍ରଥମ ପର୍ୟ୍ୟାୟରେ ସିଟ୍‌ ପୂରଣ ନ ହେବାରୁ ଦ୍ୱିତୀୟ ପର୍ୟ୍ୟାୟ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି।

    Maximum 500 characters

    ତାଜା ଖବର View all

    Find Us on Facebook