Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏହି କାରଣ ପାଇଁ ଋତୁସ୍ରାବ ହେବାରେ ହୋଇଥାଏ ବିଳମ୍ବ

    Share on :
    ajab-Image
    Date: Mar 6, 2021    Views: 7832

    ନୂଆଦିଲ୍ଲୀ: ସାଧାରଣ ଭାବରେ ମହିଳାମାନେ କହିଥାନ୍ତି ଯେ, ସଠିକ ସମୟରେ ସେମାନଙ୍କର ପିରିୟଡ ହୁଏନାହିଁ । ପିରିୟଡ୍ସ ସିମ ହେବାର ସବୁଠୁ ସାଧାରଣ କାରଣ ହେଉଛି ପ୍ରେଗନେନ୍ସି । ହେଲେ ଆପଣ ଯଦି ସେ ପ୍ଲାନରେ ନାହାନ୍ତି, ତେବେ ଏହି ବିଳମ୍ବ ହେବା ପାଇଁ ଅନେକ କାରଣ ରହିଛି । ତାହେଲେ ଚାଲନ୍ତୁ ଜାଣିବା ସେହି ସବୁ କାରଣ ବିଷୟରେ ।

    -ଆପଣ ଯଦି ଚିନ୍ତାରେ ରହୁଛନ୍ତି, ତେବେ ଶରୀର ଉପରେ ଏହା ବିଭିନ୍ନ ପ୍ରକାରରେ ପ୍ରଭାବ ପକାଇଥାଏ । ଯାହା ମଧ୍ୟରେ ପିରିୟଡ ମଧ୍ୟ ସାମିଲ ରହିଛି । ଚିନ୍ତା କରିବା ଦ୍ୱାରା ଜିଏନଆରଏଚ ନାମକ ହର୍ମୋନ ମାତ୍ରା କମ୍ ହୋଇଯାଏ । ଯେଉଁଥିପାଇଁ ପିରିୟଡ ହୋଇନଥାଏ । ସେଥିପାଇଁ ନିଜକୁ ରିଲାକ୍ସ ରଖିବା ସହ ନିୟମିତ ପିରିୟଡ ପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।


    -ଅଚାନକ ଭାବରେ ଆସୁଥିବା ଜ୍ୱର, ସର୍ଦ୍ଦି, କାଶ କିମ୍ବା ଲମ୍ବା ସମୟ ଧରି ରହିଥିବା ରୋଗ କାରଣରୁ ବି ପିରିୟଡ ହେବାରେ ବିଳମ୍ବ ହୋଇଥାଏ । ତେବେ ଏହା କିଛି ସମୟ ପାଇଁ ହୋଇଥାଏ । ମାତ୍ର ଆପଣ ରୋଗରୁ ମୁକ୍ତ ହେବା ପରେ ପିରିୟଡ ପୁଣି ନିୟମିତ ଭାବରେ ହୋଇଥାଏ ।
    -ଦୈନନ୍ଦିନ ରୁଟିନ ବଦଳାଇବା, ନାଇଟ ସିଫ୍ଟରେ କାମ କରିବା, ଅନେକ ସମୟରେ ସହର ଠାରୁ ବାହାରକୁ ଯିବା, ବିବାହ ପ୍ରୋଗ୍ରାମ କିମ୍ବା ଅନ୍ୟ କୌଣସି ପ୍ରୋଗ୍ରାମ ସମୟରେ ଆମ ରୁଟିନରେ ଅନେକ ପ୍ରକାର ପରିବର୍ତନ ହୋଇଥାଏ । ଫଳରେ ଏହି ସମସ୍ୟା ଦେଖାଦିଏ ।
    -ଯେ ପର୍ୟ୍ୟନ୍ତ ମହିଳା ବ୍ରେଷ୍ଟଫିଡିଙ୍ଗ କରିବା ବନ୍ଦ କରିନଥାନ୍ତି, ସେ ପର୍ୟ୍ୟନ୍ତ ପିରିୟଡ ଠିକ ସମୟରେ ହୋଇନଥାଏ ।
    -ଏହାକୁ ବାଦ ଦେଲେ ବାର୍ଥ କଣ୍ଟ୍ରୋଲ ପିଲ୍ସ କିମ୍ବା ଅନ୍ୟ କିଛି ମେଡିସିନ ମଧ୍ୟ ବିଳମ୍ବରେ ଋତୁସ୍ରାବ ହେବାର କାରଣ ବନିଥାଏ । ଏଭଳି ମେଡିସିନ ନେବା ପରେ ହୁଏତ ପିରିୟଡ କମ ହୋଇପାରେ କିମ୍ବା ଜଲଦି ଆସିଥାଏ । ନହେଲେ ଆଦୌ ହୋଇନଥାଏ । ଏଭଳି ସ୍ଥିତିରେ ଆପଣ ଡାକ୍ତରଙ୍କ ସହ ସଂପର୍କ କରିବା ଉଚିତ୍ ।
    -ଠିକ ସମୟରେ ଋତୁସ୍ରାବ ନହେବାର କାରଣ ମୋଟାପଣ ବି ହୋଇପାରେ । ଏହି ସମସ୍ୟା କମ ଓଜନ ଥିବା ମହିଳାଙ୍କ କ୍ଷେତ୍ରରେ ବି ହୋଇଥାଏ । ହେଲେ ମୋଟାପଣ ଏହାର ମୁଖ୍ୟ କାରଣ ହୋଇପାରେ ।
    -ମ୍ୟାନପୋଜ ପୂର୍ବରୁ ମହିଳାଙ୍କ ଶରୀରରେ ଆନ୍ତରିକ ଭାବରେ ବିଭିନ୍ନ ପ୍ରକାର ପରିବର୍ତନ ହୋଇଥାଏ । ଏଥିପାଇଁ ମଧ୍ୟ ପିରିୟଡ ବିଳମ୍ବରେ ହୋଇଥାଏ କିମ୍ବା ସମୟ ହେବା ପୂର୍ବରୁ ହୋଇଥାଏ ।
    -ଯଦି ଆପଣଙ୍କ ଶରୀରରେ ପର୍ୟ୍ୟାପ୍ତ ମାତ୍ରାରେ ଫ୍ୟାଟ ନାହିଁ, ତେବେ ମଧ୍ୟ ଋତୁସ୍ରାବରେ ଅନିୟମିତତା ପରିଲକ୍ଷିତ ହୋଇଥାଏ । ବେକପାଖରେ ଥିବା ଥାଇରଏଡ ଗ୍ରନ୍ଥି, ମେଟାପୋଲିଜିମ ନିୟନ୍ତ୍ରିତ କରିଥାଏ । ଶରୀରର ଅନ୍ୟ କାର୍ୟ୍ୟରେ ବି ଏହା ଭୂମିକା ଗ୍ରହଣ କରିଥାଏ । ଯଦି ଆପଣଙ୍କୁ ଥାଇରଏଡ ସମ୍ବନ୍ଧିତ କିଛି ସମସ୍ୟା ରହିଛି, ତେବେ ଏହାର ପ୍ରଭାବ ପିରିୟଡସ ଉପରେ ବି ପଡିଥାଏ ।

    Maximum 500 characters

    ବିଶେଷ View all

    Find Us on Facebook