Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାଠ୍ୟପୁସ୍ତକରେ ଭୁଲ୍‌ ରାଜ୍ୟ ଶିକ୍ଷା ବ୍ୟବସ୍ଥାକୁ ଉପହାସ:ପିସିସି ସଭାପତି

    Share on :
    ajab-Image
    Date: Jun 17, 2026    Views: 2648

     ଭୁବନେଶ୍ବର: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ନୂତନ ଭାବେ ପ୍ରକାଶିତ ସ୍କୁଲ ପାଠ୍ୟପୁସ୍ତକଗୁଡ଼ିକରେ ୧୬୭୮ଟି ଭୁଲ୍‌ ଏବଂ ତଥ୍ୟ ବିକୃତି ଘଟଣାକୁ ନେଇ ବିରୋଧୀ କଂଗ୍ରେସ ଓ ବିଜେଡି ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି । ଏଭଳି କରି ଶିକ୍ଷା ବିଭାଗ ପିଲାଙ୍କ ଭବିଷ୍ୟତ ସହ ଖେଳୁଛି ବୋଲି ବିରୋଧୀ ଦଳମାନେ କହିଛନ୍ତି । ବିଜେପି ସରକାର ଓଡ଼ିଆ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରୁଥିବାର ଜ୍ୱଳନ୍ତ ଚିତ୍ର ସର୍ବସମ୍ମୁଖକୁ ଆସିଛି । ଏନ୍‌ଇପି-୨୦୨୦ ଅନୁଯାୟୀ ପ୍ରସ୍ତୁତ ହୋଇଥିବା ପାଠ୍ୟପୁସ୍ତକରେ ଅଭୂତପୂର୍ବ ଓ ଲଜ୍ଜାଜନକ ତ୍ରୁଟି ହୋଇଛି । 
    ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଏହି ପ୍ରଶାସନିକ ବିଫଳତା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ଉପହାସ ଏବଂ ଓଡ଼ିଶାର ସମୃଦ୍ଧ ଇତିହାସ, ଭୂଗୋଳ ତଥା ସଂସ୍କୃତି ପ୍ରତି ଏକ ଅପମାନ । ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରିବା ପରିବର୍ତ୍ତେ ତରବରିଆ ସଂଶୋଧନ ପୁସ୍ତିକା ଜାରି କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ବିଷୟକୁ ଚୁପ୍‌ଚାପ୍‌ ଚାପିଦେବାକୁ ଚେଷ୍ଟା କରୁଛି । ଏଣୁ ତୁରନ୍ତ ରାଜ୍ୟସାରା ବିତରଣ କରାଯାଇଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକକୁ ସମ୍ପୂର୍ଣ୍ଣ ଭାବେ ଫେରାଇ ନିଆଯାଉ । ଏହି ଚିଠାଗୁଡ଼ିକୁ ମଞ୍ଜୁର କରିଥିବା ଅଧିକାରୀମାନଙ୍କୁ ଦଣ୍ଡିତ କରିବା ସହ ଏସ୍‌ସିଇଆର୍‌ଟି ସମୀକ୍ଷା ବୋର୍ଡର କାମର ତଦନ୍ତ ହେଉ ବୋଲି ଭକ୍ତ ଦାବି କରିଛନ୍ତି । ଏଭଳି ନ ହେଲେ ଆଗାମୀ ଦିନରେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ।  

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook