Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କଲେ ପିସିସି ଏସଆଇଆର ଷ୍ଟିୟରିଂ କମିଟି

    Share on :
    ajab-Image
    Date: May 8, 2026    Views: 2864

    ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ଏସଆଇଆର ପ୍ରକ୍ରିୟାରେ ପ୍ରକୃତ ଭୋଟରଙ୍କୁ ବାଦ ନ ଦେବାକୁ ସ୍ୱତନ୍ତ୍ର ଭାବେ ଦୃଷ୍ଟି ରଖିବା ନିମନ୍ତେ  ପିସିସି  ଏସଆଇଆର ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜା ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଜଣାଇଥିଲେ । ଏସଆଇରର ବିଭିନ୍ନ ପ୍ରକ୍ରିୟା କିଭଳି କାର୍ୟ୍ୟକାରୀ ହେଉଛି ସେ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ପିସିସି ଏସଆଇଆର ଷ୍ଟିୟରିଂ କମିଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । କମିଟିର ସଦସ୍ୟ ଶ୍ରୀ ପ୍ରକାଶ ମିଶ୍ର, ଶ୍ରୀ ସଞ୍ଜୟ ତ୍ରିପାଠୀ ଏବଂ ଶ୍ରୀ ଲଳିତେନ୍ଦୁ ଶତପଥି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । 

    ଏଠାରେ ସୂଚନାଯୋଗ୍ୟ ଯେ, ଆସନ୍ତା ମଇ ୯ ତାରିଖ ଦିନ ୧୦ ଘଂଟା ସମୟରେ ଭୁବନେଶ୍ୱର ଧଉଳି ଛକ ନିକଟସ୍ଥ ପୁଷ୍ପକ କନଭେନସନ ଠାରେ ପିସିସି  ଏସଆଇଆର ଷ୍ଟିୟରିଂ କମିଟିର ଅଧ୍ୟକ୍ଷ ଶ୍ରୀ ସନ୍ତୋଷ ସିଂ ସାଲୁଜାଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ ପକ୍ଷରୁ ବିଏଲଏ-୧, ଜିଲ୍ଲା କଂଗ୍ରେସ ସଭାପତି ମାନଙ୍କର ଏସଆଇର ବାବଦରେ ଏକ ପ୍ରଶିକ୍ଷଣ ଶିବିର ହେବ । ଏହି ପ୍ରଶିକ୍ଷଣ ଶିବିରରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଏବଂ ଏଆଇସିସି କ୍ଲଷ୍ଟର ହେଡ ରାଜେଶ କୁମାର ସେରସିଆ ଉପସ୍ଥିତ ରହିବେ । ଏହି ପ୍ରଶିକ୍ଷଣ ଶିବିରରେ ଷ୍ଟିଅରିଂ କମିଟି, ଷ୍ଟିୟରିଂ କମିଟିର ଉପଦେଷ୍ଟା କମିଟି ମେମ୍ବର, ୱାରରୁମ କମିଟି ମେମ୍ବର ଏବଂ କୋଷାଧ୍ୟକ୍ଷ ଶ୍ରୀ ସିର୍ଦ୍ଧାଥ ସ୍ୱରୂପ ଦାଶ ମଧ୍ୟ ଅଂଶଗ୍ରହଣ କରିବେ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook