ମୁଖ୍ୟ ଖବର
ଭୁବନେଶ୍ବର: କଂଗ୍ରେସ ଭବନ ଠାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ "ମନରେଗା ବଞ୍ଚାଅ ସଂଗ୍ରାମ" କମିଟିର ଅଧ୍ୟକ୍ଷ ଶ୍ରୀ ଶରତ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଯେଉଁଥିରେ ମନରେଗାରେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କ ନାଁ ଓ ନୀତି ରେ ପରିବର୍ତ୍ତନ କରାଯାଇ ଏକ ମଜଦୂର ବିରୋଧୀ ସ୍କିମ ଭିବି ଜି ରାମଜୀ ବିଜେପି ଦ୍ଵାରା ଆଗତ କରାଯାଇଅଛି। ଯାହାକୁ କଂଗ୍ରେସ ଦଳ ଦୃଢ଼ ଭାବରେ ନିନ୍ଦା କରିବା ସହ ରାଜ୍ୟ ରୁ ବୁଥ୍ ସ୍ତର ପର୍ଯ୍ୟନ୍ତ ମନରେଗା ବଞ୍ଚାଅ ସଂଗ୍ରାମ ପ୍ରତିବାଦ ଆରମ୍ଭ କରିଛି। ତତ୍ ସହିତ ପଞ୍ଚାୟତ, ବୁଥ ସ୍ତର ରେ ମନରେଗା ବଚାଓ କୁ ପହଞ୍ଚାଇବା ନିମନ୍ତେ ଦୃଢ ପଦକ୍ଷେପ ନିଆଯିବା କମିଟି ପକ୍ଷରୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଓ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶରତ ରାଉତଙ୍କ ନିର୍ଦ୍ଦେଶ ରହିଛି ଏବଂ ଆଗାମୀ ଦିନରେ ମହାପଞ୍ଚାୟତ ପରି ଗୁରୁତ୍ଵ ପୂର୍ଣ୍ଣ କାର୍ଯ୍ୟକ୍ରମ କରାଯିବା ର କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି। ଆଜି ର ମନରେଗା ବଞ୍ଚାଅ ସଂଗ୍ରାମ କମିଟିର ବୈଠକ ରେ ସଦସ୍ୟ ଦେବାଶିଷ ନାୟକ, ଅମର ନାଥ ପ୍ରଧାନ, ନଗେନ୍ଦ୍ର ପ୍ରଧାନ, ଯଶୋବନ୍ତ ସିଂ ଲାଗୁରି, ଅଭୟ ସାହୁ, ମିନାକ୍ଷୀ ବାହିନୀପତି, ଜିଆଉଲ ହକ, ମନୋରଞ୍ଜନ ଦାଶ, ଶୁଭେନ୍ଦୁ ମହାନ୍ତି, ମାନସ ମଲ୍ଲିକ, ହଳଧର ସେଠୀ, ସତ୍ୟବ୍ରତ ନାୟକ, ତରୁଣ ମିଶ୍ର, ସୁଦର୍ଶନ ଦାସ, ଜୟଶ୍ରୀ ପାତ୍ର, କୈଳାସ ମିଶ୍ର, ରଞ୍ଜିତ ପାତ୍ର ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ