Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ

    Share on :
    ajab-Image
    Date: Oct 16, 2026    Views: 3029

    ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ଲାଗୁ ହେଉଥିବା ୱିଣ୍ଡଫଲ୍ ଟ୍ୟାକ୍ସରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଗୁରୁବାର ବିଳମ୍ବିତ ରାତିରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ଟିକସ ପରିମାଣ ଲିଟର ପିଛା ୦.୫୦ ଟଙ୍କାରୁ ବୃଦ୍ଧି କରି ୨.୫୦ ଟଙ୍କା କରାଯାଇଛି । ଅନ୍ୟପକ୍ଷରେ ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୬ ଟଙ୍କାରୁ ହ୍ରାସ କରି ୮.୫୦ ଟଙ୍କା କରାଯାଇଛି। ନୂଆ ଦର ଅକ୍ଟୋବର ୧୬ରୁ ଲାଗୁ ହୋଇଛି। ତେବେ ଏହି ନିଷ୍ପତ୍ତି ଯୋଗୁଁ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବ ନା କମିବ, ତାହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।

    କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମାଶୁଳ୍କ ବୋର୍ଡ (ସିବିଆଇସି) ଅନୁଯାୟୀ, ପେଟ୍ରୋଲ ରପ୍ତାନି ଉପରେ ୱିଣ୍ଡଫଲ୍ ଟ୍ୟାକ୍ସ ଲିଟର ପିଛା ୦.୫୦ ଟଙ୍କାରୁ ୨.୫୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ପେଟ୍ରୋଲ ରପ୍ତାନିକାରୀ କମ୍ପାନିଗୁଡ଼ିକ ଉପରେ ଟିକସ ବୋଝ ବଢ଼ିବ। ସେହିପରି ଡିଜେଲ ରପ୍ତାନି ଉପରେ ଶୁଳ୍କ ଲିଟର ପିଛା ୧୬ ଟଙ୍କାରୁ ୮.୫୦ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ବିମାନ ଇନ୍ଧନ (ଏଟିଏଫ୍‌) ରପ୍ତାନି ଉପରେ ଲାଗୁଥିବା ଶୁଳ୍କରେ କୌଣସି ପରିବର୍ତ୍ତନ ହୋଇନାହିଁ।

    ରପ୍ତାନି ଉପରେ ଲାଗୁ ହେଉଥିବା ଶୁଳ୍କରେ ପରିବର୍ତ୍ତନ ହେବା ଅର୍ଥ ଦେଶ ଭିତରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବା ନୁହେଁ । ଘରୋଇ ବଜାରରେ ବିକ୍ରି ହେଉଥିବା ପେଟ୍ରୋଲ ଓ ଡିଜେଲ ଉପରେ ଲାଗୁ ଶୁଳ୍କରେ ଏହି ନିଷ୍ପତ୍ତି ଯୋଗୁଁ କୌଣସି ପରିବର୍ତ୍ତନ ହୋଇନାହିଁ। ଏହି କାରଣରୁ ଶୁକ୍ରବାର ସକାଳେ ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ଅନ୍ୟ ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦର ସ୍ଥିର ରହିଥିବା ସୂଚନା ମିଳିଛି। ଆଗାମୀ ଦିନରେ ଦରରେ ପରିବର୍ତ୍ତନ ହେବ କି ନାହିଁ, ତାହା ତେଲ ବିପଣନ କମ୍ପାନିଗୁଡ଼ିକର ନିଷ୍ପତ୍ତି ଓ ଅନ୍ୟ ବଜାରଗତ କାରଣ ଉପରେ ନିର୍ଭର କରିବ। ତେଣୁ କେବଳ ରପ୍ତାନି ଶୁଳ୍କ ହ୍ରାସ ହୋଇଥିବାରୁ ଦେଶରେ ଡିଜେଲ ଦର କମିଯିବ ବୋଲି କୁହାଯାଇପାରିବ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook