Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପେଟ୍ରୋଲ ୫ ଟଙ୍କା ଏବଂ ଡିଜେଲ ୩ ଟଙ୍କା ମହଙ୍ଗା

    Share on :
    ajab-Image
    Date: Oct 12, 2026    Views: 3049

    ନୂଆଦିଲ୍ଲୀ,: ଆଉ ଏକ ପ୍ରାଇଭେଟ୍ ଫୁଏଲ୍ କମ୍ପାନୀ ଜାଳେଣି ତେଲର ଦର ବୃଦ୍ଧି କରିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ ସଂସ୍ଥା 'ଜିଓ-ବିପି' ପେଟ୍ରୋଲ ଦରରେ ୫ ଟଙ୍କା ଏବଂ ଡିଜେଲ ଦରରେ ୩ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛି । ଏହି ନୂତନ ଦର ଗତକାଲି ଅର୍ଥାତ୍ ରବିବାର ସକାଳ ୬ଟାରୁ ଲାଗୁ ହୋଇସାରିଛି ।ହରିୟାଣାରେ ଜିଓ-ବିପି ଆଉଟଲେଟ୍‌ଗୁଡ଼ିକରେ ପେଟ୍ରୋଲ ପ୍ରାୟ ୧୦୯.୮୦ ଟଙ୍କା ଏବଂ ଡିଜେଲ ୯୭.୭୫ ଟଙ୍କା ପ୍ରତି ଲିଟର ଦରରେ ବିକ୍ରି ହେଉଛି । ପଞ୍ଜାବରେ ଏଠାରେ ପେଟ୍ରୋଲ ପ୍ରାୟ ୧୦୮.୫୪ ଟଙ୍କା ଏବଂ ଡିଜେଲ ୯୯.୨୧ ଟଙ୍କା ପ୍ରତି ଲିଟର ରହିଛି । ରାଜସ୍ଥାନରେ ସ୍ଥାନୀୟ ଟ୍ୟକ୍ସ ଆଧାରରେ ଏଠାରେ ପେଟ୍ରୋଲ ୧୧୩.୯୧ ଟଙ୍କାରୁ ୧୧୭.୬୫ ଟଙ୍କା ଏବଂ ଡିଜେଲ ୯୭.୧୫ ଟଙ୍କାରୁ ୧୦୦.୭୮ ଟଙ୍କା ପ୍ରତି ଲିଟର ମଧ୍ୟରେ ବିକ୍ରି ହେଉଛି ।  

    ଜିଓ-ବିପି ପୂର୍ବରୁ ଗତ ଅକ୍ଟୋବର ୩ ତାରିଖରେ 'ନାୟରା ଏନର୍ଜି' ମଧ୍ୟ ପେଟ୍ରୋଲ ଓ ଡିଜେଲ ଦର ସମାନ ପରିମାଣରେ ବୃଦ୍ଧି କରିଥିଲା । ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବୃଦ୍ଧି ପାଇବାରୁ କମ୍ପାନୀଗୁଡ଼ିକର ମାର୍କେଟିଂ ମାର୍ଜିନ ଉପରେ ଚାପ ପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଅନ୍ୟପକ୍ଷରେ, ସରକାରୀ ତେଲ କମ୍ପାନୀଗୁଡ଼ିକ (ଇଣ୍ଡିଆନ୍ ଅଏଲ୍, BPCL ଏବଂ HPCL) ନିୟମିତ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଫଳରେ ସରକାରୀ ଓ ବେସରକାରୀ ପେଟ୍ରୋଲ ପମ୍ପଗୁଡ଼ିକ ମଧ୍ୟରେ ମୂଲ୍ୟର ପାର୍ଥକ୍ୟ ବଢ଼ିବାରେ ଲାଗିଛି । ମେଟ୍ରୋ ସହରଗୁଡ଼ିକରେ ଯେପରିକି ଦିଲ୍ଲୀରେ ପେଟ୍ରୋଲ ୧୦୨.୧୨ ଟଙ୍କା ଏବଂ ଡିଜେଲ ୯୫.୨୦ ଟଙ୍କା ପ୍ରତି ଲିଟର ଥିବାବେଳେ ମୁମ୍ବାଇରେ ପେଟ୍ରୋଲ ୧୧୧.୨୧ ଟଙ୍କା ଏବଂ ଡିଜେଲ ୯୭.୮୩ ଟଙ୍କା ପ୍ରତି ଲିଟର ରହିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook