Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶସ୍ତା ହେଲା ପେଟ୍ରୋଲ ଏବଂ ଡିଜେଲ୍

    Share on :
    ajab-Image
    Date: Jul 1, 2026    Views: 3120

    ନୂଆଦିଲ୍ଲୀ: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ ଏଭଳି ବଡ଼ ହ୍ରାସ ଦେଖିବାକୁ ମିଳିଛି। ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ କମିବା ପରେ ବେସରକାରୀ କ୍ଷେତ୍ରର ପ୍ରମୁଖ ଫ୍ୟୁଏଲ୍ ରିଟେଲର୍ ‘ନାୟରା ଏନର୍ଜି’  ସାଧାରଣ ଜନତାଙ୍କୁ ଏହି ବଡ଼ ଉପହାର ଦେଇଛି। କମ୍ପାନୀ ପକ୍ଷରୁ ସାରା ଦେଶରେ ପେଟ୍ରୋଲ୍ ଦର ଲିଟର ପିଛା ୫ ଟଙ୍କା ଏବଂ ଡିଜେଲ୍ ଦର ଲିଟର ପିଛା ୩ ଟଙ୍କା ହ୍ରାସ କରାଯାଇଛି। କମ୍ପାନୀର ଏହି ନୂଆ ଦର ଦେଶବ୍ୟାପୀ ଥିବା ନାୟରାର ୭,୦୦୦ରୁ ଅଧିକ ଫ୍ୟୁଏଲ୍ ଷ୍ଟେସନରେ ଲାଗୁ ହୋଇଯାଇଛି।

    ପଶ୍ଚିମ ଏସିଆରେ ଚାଲିଥିବା ରାଜନୈତିକ ଉତ୍ତେଜନା ହ୍ରାସ ପାଇବା ଏବଂ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ବ୍ୟାପାର ମାର୍ଗ ପୁଣିଥରେ ଖୋଲିବା ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳର ଯୋଗାଣ ସ୍ୱାଭାବିକ ହୋଇଛି। ଯୋଗାଣରେ ବାଧା ସୃଷ୍ଟି ହେବାର ଚିନ୍ତା ଦୂର ହେବା ପରେ ଗ୍ଲୋବାଲ୍ ମାର୍କେଟ୍‌ରେ କ୍ରୁଡ୍ ଅଏଲ୍ ମୂଲ୍ୟରେ ନରମତା ଆସିଛି, ଯାହାର ସିଧାସଳଖ ଫାଇଦା ନାୟରା ଏନର୍ଜି ନିଜ ଗ୍ରାହକମାନଙ୍କୁ ପ୍ରଦାନ କରିଛି।

    ଗୋଟିଏ ପଟେ ବେସରକାରୀ କମ୍ପାନୀ ‘ନାୟରା’ ତେଲ ଦର କମାଇଥିବା ବେଳେ, ଅନ୍ୟପଟେ ସରକାରୀ ତେଲ କମ୍ପାନୀଗୁଡ଼ିକ – ଇଣ୍ଡିଆନ୍ ଅଏଲ୍ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାନ୍ତି। ଏହି ସରକାରୀ କମ୍ପାନୀଗୁଡ଼ିକ ଆନ୍ତର୍ଜାତୀୟ ବଜାରର ଉପ-ତଳ ମଧ୍ୟରେ ନିଜର ଖୁଚୁରା ମୂଲ୍ୟକୁ ସ୍ଥିର ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଏହି ତିନୋଟି ସରକାରୀ କମ୍ପାନୀ ମିଶି ଦେଶର ୯୦% ରୁ ଅଧିକ ପେଟ୍ରୋଲ ପମ୍ପ ପରିଚାଳନା କରନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook