Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହ୍ରାସ ପାଇପାରେ ପେଟ୍ରୋଲ-ଡିଜେଲ-CNG ମୂଲ୍ୟ

    Share on :
    ajab-Image
    Date: Jun 15, 2026    Views: 3103

    ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇରାନ ମଧ୍ୟରେ ହୋଇଥିବା ଐତିହାସିକ ଯୁଦ୍ଧବିରତି ଚୁକ୍ତିନାମା ହର୍ମୁଜ୍ ପ୍ରଣାଳୀକୁ ପୁଣିଥରେ ଖୋଲିବା ପାଇଁ ପଥ ପରିଷ୍କାର କରିଛି । ଏହି ନିଷ୍ପତ୍ତି ଭାରତ ସମେତ ବିଶ୍ୱ ଅର୍ଥନୀତିକୁ ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିବ । ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ଗତ କିଛି ମାସ ଧରି ଏହି ସମୁଦ୍ର ପଥ ସମ୍ପୂର୍ଣ୍ଣ ଭାବରେ ଅବରୋଧ ହୋଇଯାଇଥିଲା, ଯାହା ଭାରତର ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବିପଦ ସୃଷ୍ଟି କରିଥିଲା ।ଆମେରିକା ଓ ଇରାନ ମଧ୍ୟରେ ଚୁକ୍ତିନାମା ପରେ ତୁରନ୍ତ, ଆନ୍ତର୍ଜାତୀୟ ଅଶୋଧିତ ତୈଳ ମୂଲ୍ୟ ( Brent Crude ) ବ୍ୟାରେଲ ପିଛା 4 ପ୍ରତିଶତ ହ୍ରାସ ପାଇ 84 ଡଲାରରେ ପହଞ୍ଚିଛି । ଯୁଦ୍ଧର ଚରମ ସୀମାରେ, ମୂଲ୍ୟ ବ୍ୟାରେଲ ପିଛା 119 ଡଲାର ଥିଲା ।
    ହରମୁଜ୍ ପ୍ରଣାଳୀ ହେଉଛି ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତୈଳ ମାର୍ଗ । ସମଗ୍ର ବିଶ୍ୱ ଅଶୋଧିତ ତୈଳ ବ୍ୟବହାରର ପ୍ରାୟ ଏକ ପଞ୍ଚମାଂଶ (20%) ଏହି ସଂକୀର୍ଣ୍ଣ ମାର୍ଗ ଦେଇ ଗତି କରେ । ଭାରତ ଏହାର ଅଶୋଧିତ ତୈଳ ଆବଶ୍ୟକତାର 88% ବିଦେଶରୁ କିଣେ, ଯାହାର ଅଧା ସାଉଦି ଆରବ, ଇରାକ, କୁୱେତ ଏବଂ ୟୁଏଇ ଭଳି ଉପସାଗରୀୟ ଦେଶଗୁଡ଼ିକରୁ ଆସିଥାଏ । ଏହି ସମସ୍ତ ଦେଶ ଏହି ରାସ୍ତା ଦେଇ ଭାରତକୁ ତେଲ ପଠାନ୍ତି । ଏହା ବ୍ୟତୀତ, ଭାରତ ଏହାର 90% LPG (ରାନ୍ଧନ ଗ୍ୟାସ) ଏବଂ 65% LNG (Liquefied Natural Gas) ଆବଶ୍ୟକତା ପାଇଁ ଏହି ମାର୍ଗ ଉପରେ ନିର୍ଭର କରେ ।
    ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯଦି ଯୁଦ୍ଧବିରତି ପ୍ରଭାବୀ ରହେ, ତେବେ ଭାରତରେ ତୈଳ କମ୍ପାନୀଗୁଡ଼ିକର କ୍ଷତି ସମ୍ପୂର୍ଣ୍ଣ ଭାବରେ ଶେଷ ହୋଇଯିବ ଏବଂ ଆଗାମୀ ଦିନରେ ସାଧାରଣ ଜନତା ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର ମୂଲ୍ୟରେ ଏକ ବଡ଼ ହ୍ରାସ ଦେଖିପାରନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook