Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏସ୍‌ସିବିରେ ଅକ୍ସିଜେନ୍ ନମିଳିବାରୁ ରୋଗୀ ମୃତ

    Share on :
    ajab-Image
    Date: Jan 24, 2023    Views: 3641

    କଟକ : କଟକ ଏସ୍‌ସିବି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଅକ୍ସିଜେନ୍ ନ ମିଳିବାରୁ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।
    ଗତକାଲି ରାତିରେ ବାଲେଶ୍ୱର ଅଞ୍ଚଳର ଜଣେ ଶ୍ୱାସ ରୋଗୀ ଏସ୍‌ସିବିର କାଜୁଆଲିଟିରେ ଭର୍ତ୍ତି ହୋଇଥିଲେ। କାଜୁଆଲିଟିରେ ଡାକ୍ତର ତାଙ୍କୁ ଦେଖିବା ପରେ ମେଡିସିନ୍‌ ଓ୍ୱାର୍ଡକୁ ପଠାଇ ଦେଇଥିଲେ। ତେବେ ମେଡିସିନ୍‌ ଓ୍ୱାର୍ଡରେ ତାଙ୍କୁ ଅକ୍ସିଜେନ୍ ମିଳିନଥିଲା। ପରିବାର ଲୋକେ ନର୍ସଙ୍କୁ ଅକ୍ସିଜେନ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନର୍ସ ଜଣଙ୍କ କହିଥିଲେ ଅକ୍ସିଜେନ ନାହିଁ। ଅକ୍ସିଜେନ୍ ନ ମିଳିବାରୁ ଘଣ୍ଟାଏ ପରେ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି। ତେବେ ଏନେଇ ଏସ୍‌ସିବି ମେଡିକାଲ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

    Maximum 500 characters

    ତାଜା ଖବର View all

    Find Us on Facebook