Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମହାନଦୀ ବ୍ରିଜ ଉପରେ ଝୁଲି ରହିଛି ଯାତ୍ରୀବାହୀ ବସ୍

    Share on :
    ajab-Image
    Date: Oct 3, 2023    Views: 2728

    କଟକ ଜିଲ୍ଲା ବାଙ୍କୀ ଜାତମୁଣ୍ଡିଆ ଠାରେ ଥିବା ମହାନଦୀ ବ୍ରିଜ ଉପରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅନୁଗୁଳରୁ ଭୁବନେଶ୍ୱର ଆସୁଥିବା ଏହି ବସଟି ଜାତମୁଣ୍ଡିଆ ବ୍ରିଜର ବ୍ୟାରିକେଡକୁ ଧକ୍କା ଦେବା ଫଳରେ ବସଟି ପୋଲ ତଳକୁ ଖସିପଡ଼ିବା ଭଳି ଅଧାରେ ଲଟକି ରହିଛି। ଗାଡ଼ିଟି ବ୍ରିଜର ବ୍ୟାରିକେଟକୁ ବାଡ଼େଇବା ପରେ ଅଧା ଓହଳିବା ଅବସ୍ଥାରେ ଝୁଲି ରହିଛି। 

    ଘଟଣା ସ୍ଥଳରେ ପୁଲିସ ଓ ଅଗ୍ନିଶମବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲେ ବି ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାଯାଇଛି। ଗାଡ଼ିର କାଚ ଓ ଜରୁରୀ ଦ୍ୱାର ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ। ଡ୍ରାଇଭର ନିଶାସକ୍ତ ଥିଲେ କି ଯାନ୍ତ୍ରିକ ତ୍ରୁଟିପାଇଁ ଏଭଳି ଦୁର୍ଘଟଣା ଘଟିଛି ତାହା ତଦନ୍ତ କରାଯାଉଛି। 

    Maximum 500 characters

    ତାଜା ଖବର View all

    Find Us on Facebook