Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଂସଦ ଆକ୍ରମଣକୁ ୨୪ ବର୍ଷ

    Share on :
    ajab-Image
    Date: Dec 13, 2025    Views: 2605

    ନୂଆଦିଲ୍ଲୀ; ବର୍ଷ ଥିଲା ୨୦୦୧...ତାରିଖ ଥିଲା ଡିସେମ୍ବର ୧୩ । ଜାତୀୟ ରାଜଧାନୀ ଶୀତର ରାଜୁତି ସହ ଚାଲିଥିଲା ସଂସଦର ଶୀତ ଅଧିବେଶନ । ମହିଳା ସଂରକ୍ଷଣ ବିଲ୍ ଉପରେ ଗୃହରେ ହଟ୍ଟଗୋଳ ଚାଲିଥାଏ । ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ବିରୋଧୀ ଦଳ ନେତା ସୋନିଆ ଗାନ୍ଧୀ ସଂସଦ ଛାଡି ସାରିଥିଲେ । କେହି କଳ୍ପନା କରିନଥିଲେ ଯେ କିଛି ମିନିଟ୍ ମଧ୍ୟରେ ଭାରତ ଗଣତନ୍ତ୍ର ମନ୍ଦିର, ଭାରତର ଦୃଦୟ ଉପରେ ଏକ ଆତଙ୍କବୀ ଆକ୍ରମଣ ହେବ ଯାହା ଦେଶକୁ ଦୋହଲାଇ ଦେବ । ଆଜି ସେହି କଳାଦିନକୁ ୨୪ ବର୍ଷ ହୋଇଛି । ଆକ୍ରମଣରେ ଶହୀଦ ହୋଇଥିବା ସୁରକ୍ଷାକର୍ମୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ ନେତା-ମନ୍ତ୍ରୀ ।

    ଥରି ଉଠିଥିଲା ସଂସଦ- ସମୟ ପ୍ରାୟ ୧୧ଟା୩୦ । ଏକ ଧଳା ଆମ୍ବାସଡର କାର ସଂସଦ ଭବନର ଗେଟ୍ ନମ୍ବର ୧୨ ରେ ପ୍ରବେଶ କରିଥିଲା। କାରଟି ପ୍ରବେଶ କରିବା ମାତ୍ରେ ସୁରକ୍ଷାକର୍ମୀମାନେ ସନ୍ଦେହ କରିଥିଲେ ଏବଂ ଏହାକୁ ପିଛା କରିଥିଲେ । ଉପରାଷ୍ଟ୍ରପତିଙ୍କ ପାର୍କିଂ ହୋଇଥିବା କାର ସହିତ ଧକ୍କା ହୋଇଥିଲା ଉକ୍ତ ଆମ୍ବାସଡ଼ର । କାରରେ ଥିବା ଆତଙ୍କବାଦୀମାନେ ଅତର୍କିତ ଗୁଳି ଚଳାଇଥିଲେ । ଆତଙ୍କବାଦୀମାନେ ଏକେ-୪୭ ସମେତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିଥିଲେ । ଗୁଳି ଫୁଟିବା ଶବ୍ଦରେ ସମ୍ପୂର୍ଣ୍ଣ ସଂସଦ ପରିସର ଥରିଉଠିଥିଲା । ଜଣେ ଆତଙ୍କବାଦୀ ଗେଟ୍ ନମ୍ବର ୧ ଦେଇ ସଂସଦ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ସୁରକ୍ଷାବାହିନୀ  ତାଙ୍କୁ ନିପାତ  କରିଥିଲେ । ଏହାପରେ ଅନ୍ୟ ଚାରି ଜଣ ଆତଙ୍କବାଦୀ ଗେଟ୍ ନମ୍ବର ୪ ଆଡକୁ ଅଗ୍ରସର ହୋଇଥିଲେ, ଯେଉଁଠାରେ ପରବର୍ତ୍ତୀ ଏନକାଉଣ୍ଟରରେ ୩ ଜଣ ନିହତ ହୋଇଥିଲେ। ଶେଷ ଆତଙ୍କବାଦୀ ଗେଟ୍ ନମ୍ବର ୫ ଆଡକୁ ଚାଲି ଯାଇଥିଲା, କିନ୍ତୁ  ସୁରକ୍ଷା ବାହିନୀର ଗୁଳିର ଶିକାର ହୋଇଥିଲେ ।

    ​​​​​​​ଏକ୍ସରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ''୨୦୦୧ ମସିହାର ଏହି ଦିନରେ ଆମ ସଂସଦକୁ ସୁରକ୍ଷା ଦେବା ସମୟରେ ପ୍ରାଣବଳି ଦେଇଥିବା ସାହସୀ ବୀରମାନଙ୍କୁ ଦେଶ ପ୍ରଣାମ କରୁଛି । ସେମାନଙ୍କର ସାହସ ଏବଂ କର୍ତ୍ତବ୍ୟ ପ୍ରତି ନିଷ୍ଠା ଆମର ଜାତୀୟ ଭାବନାକୁ ମାର୍ଗଦର୍ଶନ କରିଆସୁଛି । ଦେଶ ସେମାନଙ୍କ ଏବଂ ସେମାନଙ୍କ ପରିବାର ପ୍ରତି ଋଣୀ । ଆମେ ଆତଙ୍କବାଦ ବିରୁଦ୍ଧରେ ଲଢ଼ିବା ପାଇଁ ଭାରତର ପ୍ରତିବଦ୍ଧତାକୁ ପୁନଃସ୍ଥାପନ କରୁଛୁ ।''

     

    ସଂସଦ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇବା ସହିତ ପରିବାରକୁ ସମବେଦନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ, ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁଙ୍କ ସମେତ ଅନ୍ୟ ନେତା ମନ୍ତ୍ରୀ ଶହୀଦଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook