Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଡିସେମ୍ବର ପ୍ରଥମ ସପ୍ତାହରୁ ଶୀତ ଅଧିବେଶନ!

    Share on :
    ajab-Image
    Date: Nov 16, 2026    Views: 2862

    ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ ରାଜନୈତିକ ପରିବେଶ ମଧ୍ୟରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍‌ ସରକାରଙ୍କ ସବୁଠୁ ବଡ଼ ଆଇନଗତ ପ୍ରାଥମିକତା ଭାବେ ଉଭା ହୋଇଛି। ଲୋକ ସଭାର ବର୍ତ୍ତମାନର ଆସନ ସଂଖ୍ୟା ୫୪୩ରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଜରିଆରେ ସର୍ବାଧିକ ୮୫୦କୁ ବୃଦ୍ଧି କରିବା ପାଇଁ ସରକାର ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଚାହୁଁଛନ୍ତି। ଫଳରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହେବା ନେଇ ପଥ ପରିଷ୍କାର ହୋଇଯିବ।
    ଆଲୋଚନା ସହ ଜଡ଼ିତ ସୂତ୍ର ଅନୁଯାୟୀ, ଡିସେମ୍ବର ପ୍ରଥମ ସପ୍ତାହରେ ଅଧିବେଶନ ଆରମ୍ଭ ହୋଇପାରେ। ସମ୍ଭାବ୍ୟ ତାରିଖ ସମ୍ପର୍କରେ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଆଲୋଚନା ହୋଇଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଗୃହୀତ କରାଇବା ନେଇ ସଂଖ୍ୟା ଯୋଗାଡ଼ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ବିଲ୍‌ ଗୃହୀତ କରାଇବାକୁ ହେଲେ ଲୋକ ସଭାର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ବା ଉପସ୍ଥିତ ୫୪୩ ସଦସ୍ୟଙ୍କ ମଧ୍ୟରୁ ୩୬୧ ଜଣଙ୍କ ସମର୍ଥନ ଆବଶ୍ୟକ। ତେବେ ୩ ଆସନ ଖାଲି ପଡ଼ିଥିବାରୁ ଲୋକ ସଭାରେ ଏବେ ୫୪୦ ସଦସ୍ୟ ଅଛନ୍ତି। ଶାସନ ଏନ୍‌ଡିଏର ୩୨୦ ସଦସ୍ୟ ଥିବାବେଳେ ବିଲ୍‌ ଗୃହୀତ କରାଇବା ପାଇଁ ଏହା ବିରୋଧୀ ଦଳଗୁଡ଼ିକର ସମର୍ଥନ ଆବଶ୍ୟକ କରିବ। ଅନ୍ୟପକ୍ଷରେ ଏସ୍‌ଆଇଆର୍‌ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଥିବା ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ହଟ୍ଟଗୋଳ ଜାରି ରଖିବା ସମ୍ଭାବନା ରହିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook