Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କାଲିଠୁ ସଂସଦର ମୌସୁମୀ ଅଧିବେଶନ

    Share on :
    ajab-Image
    Date: Jul 19, 2026    Views: 2591

    କାଲିଠୁ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ। ଏହା ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ଏଥିରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ଚଳାଇବା ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ନେଇ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ିବେ ସରକାର। ଅଧିବେଶନରେ କେନ୍ଦ୍ର ସରକାର ୫ଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଆଗତ କରିପାରନ୍ତି। 

    ସେଗୁଡ଼ିକ ହେଲା ଆୟକର ସଂଶୋଧନ ବିଲ୍, ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ସଂଶୋଧିତ ବିଲ୍, ଜନ୍ମ ଓ ମୃତ୍ୟୁ ନିବନ୍ଧନ ସଂଶୋଧିତ ବିଲ୍, ଜାତୀୟ ସମ୍ମାନର ଅପମାନ ନିବାରଣ ସଂଶୋଧନ ବିଲ୍ ୨୦୨୬ ଓ  ଲଘୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ବିଲ୍ ସଂଶୋଧନ ଆଗତ ହୋଇପାରେ। ବିରୋଧୀ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। 

    NEET-UG ପେପର ଲିକ୍, ନିଯୁକ୍ତି ପରୀକ୍ଷାରେ ଅନିୟମିତତା, ଅଯୋଧ୍ୟା ରାମ ମନ୍ଦିର ଦାନ ବିବାଦ, E20 ଇନ୍ଧନ ଏବଂ ବୈଦେଶିକ ନୀତି ଭଳି ମୁଦ୍ଦାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ ମେଣ୍ଟ। ମୌସୁମୀ ଅଧିବେଶନ ଜୁଲାଇ ୨୦ ରୁ ଆରମ୍ଭ ହୋଇ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook