Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନାସ୍ଥା ପ୍ରସ୍ତାବ : ବିଜେପି, କଂଗ୍ରେସ ପକ୍ଷରୁ ଦଳୀୟ ସାଂସଦଙ୍କୁ ହ୍ବିପ୍‌

    Share on :
    ajab-Image
    Date: Mar 7, 2026    Views: 2836

    ନୂଆଦିଲ୍ଲୀ: ଚଳିତମାସ ୯ରୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ୟ୍ୟାୟ ଆରମ୍ଭ ହେବାକୁ ଯାଉଛି। ଏହି ପର୍ୟ୍ୟାୟରେ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ନେଇ ଗୃହରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ବିଜେପି ଓ କଂଗ୍ରେସ ପକ୍ଷରୁ ଦଳୀୟ ସାଂସଦଙ୍କୁ ହ୍ବିପ୍‌ ଜାରି କରାଯାଇଛି। ବିଜେପି ପକ୍ଷରୁ ଜାରି କରାଯାଇଥିବା ହ୍ବିପ୍‌ ଅନୁଯାୟୀ ସବୁ ଦଳୀୟ ସାଂସଦଙ୍କୁ ମାର୍ଚ୍ଚ ୯ ଓ ୧୦, ଦୁଇଦିନ ଗୃହରେ ଉପସ୍ଥିତ ରହିବାକୁ ନିର୍ଦେଶ ଦିଆଯାଇଛି। ଅପରପକ୍ଷରେ କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୯ରୁ ୧୧ ପର୍ୟ୍ୟନ୍ତ ଗୃହରେ ଉପସ୍ଥିତ ରହିବାକୁ ଦଳୀୟ ସାଂସଦଙ୍କୁ ନିର୍ଦେଶ ଦିଆଯାଇଛି।

    ସୂଚନାଯୋଗ୍ୟ ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଚାଲିଥିବାବେଳେ ଗତ ଫେବୃଆରୀରେ ଗୃହରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗଲୱାନ ସଂଘର୍ଷକୁ ନେଇ ପୂର୍ବତନ ସ୍ଥଳସେନା ମୁଖ୍ୟ ଏମ.ଏମ.ନରବଣେଙ୍କ ଅପ୍ରକାଶିତ ଆତ୍ମଜୀବନୀ ‘ଫୋର ଷ୍ଟାର ଅଫ୍‌ ଡେଷ୍ଟିନି’ ଉପରେ ଆଲୋଚନା କରିବାକୁ କଂଗ୍ରେସର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ଗୃହରେ ଦାବି ଉପସ୍ଥାପନ କରିଥିଲେ। ତେବେ ବାଚସ୍ପତି ବିର୍ଲା ଏଥିପାଇଁ ଅନୁମତି ଦେଇନଥିଲେ। କଂଗ୍ରେସ ସାଂସଦମାନେ ଏହାକୁ ନେଇ ହଟ୍ଟଗୋଳ ପ୍ରଦର୍ଶନ କରିବାରୁ ବାଚସ୍ପତି ୮ ଜଣ କଂଗ୍ରେସ ସାଂସଦଙ୍କୁ ବଜେଟ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିଥିଲେ। ବାଚସ୍ପତି ନିର୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ ଜଣାଇ କାର୍ୟ୍ୟ କରୁଥିବା ଅଭିଯୋଗ ଉଠିଥିଲା। ଫଳରେ ବିରୋଧୀଙ୍କ ପକ୍ଷରୁ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ପ୍ରସ୍ତାବରେ ୧୧୮ ଜଣ ସାଂସଦ ଦସ୍ତଖତ କରିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook