Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

    Share on :
    ajab-Image
    Date: Jan 29, 2026    Views: 3176

    ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଅର୍ଥନୈତିକ ସର୍ଭେ ୨୦୨୫-୨୬କୁ ଉପସ୍ଥାପନ କରିବେ । ଫେବ୍ରୁଆରି ପହିଲାରେ ବଜେଟ ଆସିବା ଆଗରୁ ଦେଶର ଅର୍ଥ ବ୍ୟବସ୍ଥାର ସ୍ଥିତିକୁ ନେଇ ଏହା ପ୍ରଥମ ଆକଳନ ରହିବ ।
    ବଜେଟ ପୂର୍ବରୁ ସରକାର ପ୍ରତିବର୍ଷ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥାନ୍ତି । ଯେଉଁଥିରେ ପୂର୍ବ ବର୍ଷର ଅର୍ଥନୀତିର କାର୍ୟ୍ୟଧାରା ସମ୍ପର୍କରେ ଉଲ୍ଲେଖ ରହିଥାଏ । ସେହିଭଳି ପ୍ରାଥମିକତା ଏବଂ ଆଗାମୀ ବର୍ଷ ଲାଗି ବିତ୍ତୀୟ ନୀତି ସମ୍ପର୍କରେ ମଧ୍ୟ ଏଥିରେ ପରାମର୍ଶ ରହିଥାଏ । ଆଜି ଦିନ ୧୧ଠାରୁ ୧୨ ମଧ୍ୟରେ ଏହା ଉପସ୍ଥାପନ ହୋଇପାରେ । ଏହା ପରେ ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେବେ ।
    ସର୍ଭେର ପ୍ରମୁଖ ଦିଗ ଗୁଡ଼ିକୁ ନେଇ ଆଗାମୀ ବଜେଟରେ ବିଭିନ୍ନ ଘୋଷଣା ହେବାର ସମ୍ଭାବନା ରହିଛି । ବୁଧବାରଠାରୁ ବଜେଟ ଅଧିବେସନ ଆରମ୍ଭ ହୋଇଥିବା ବେଳେ ପହିଲାରେ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook