Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆରମ୍ଭ ହେଲା ବଜେଟ ଅଧିବେଶନ 2026

    Share on :
    ajab-Image
    Date: Jan 28, 2026    Views: 3244

    ନୂଆଦିଲ୍ଲୀ: ଆରମ୍ଭ ହେଲା ବଜେଟ ଅଧିବେଶନ 2026 । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବା ସହ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି ।

    ଅଭିଭାଷଣରେ ରାଷ୍ଟ୍ରପତି କହିଛନ୍ତି ଯେ, ସାମାଜିକ ସୁରକ୍ଷା ଲାଭ ଏବେ ଦେଶର ପ୍ରାୟ 95 କୋଟି ନାଗରିକଙ୍କ ନିକଟରେ ପହଞ୍ଚୁଛି । ସରକାର ଦୁର୍ନୀତି ଏବଂ ସ୍କାମ୍‌ର ମୁକାବିଲା ପାଇଁ ଦୃଢ଼ ପଦକ୍ଷେପ ନେଇଛନ୍ତି, ଯାହା ଦ୍ୱାରା ସରକାରୀ ପାଣ୍ଠିର ଉତ୍ତମ ଏବଂ ସ୍ୱଚ୍ଛ ବ୍ୟବହାର ସୁନିଶ୍ଚିତ ହୋଇପାରିବ । ରାଷ୍ଟ୍ରପତି ଆହୁରି କହିଛନ୍ତି, "EU ସହିତ FTA ସେବା ଏବଂ ଉତ୍ପାଦନ କ୍ଷେତ୍ରକୁ ଇନ୍ଧନ ଯୋଗାଇବ; ଯୁବକମାନଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।"

    ଏହି ଅଧିବେଶନ ଆଜି ଠାରୁ (28 ଜାନୁଆରୀ) 2 ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ 29 ତାରିଖ (ଗୁରୁବାର) ଭାରତର ଅର୍ଥନୈତିକ ସର୍ଭେ ଉପସ୍ଥାପନ କରାଯିବ । ଫେବୃଆରୀ 1 ତାରିଖ (ରବିବାର) ଗୃହରେ ୟୁନିୟନ ବଜେଟ୍ 2026-27 ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

    ତେବେ ଆଜିଠୁ ଆରମ୍ଭ ହେଉଥିବା ଅଧିବେଶନ 65 ଦିନ ଅର୍ଥାତ ଏପ୍ରିଲ 2 ତାରିଖ ଯାଏଁ ଚାଲିବ । ପ୍ରଥମ ପର୍ଯ୍ୟାୟ 28 ଜାନୁଆରୀରୁ 13 ଫେବୃଆରୀ ମଧ୍ୟରେ ଅନୁଷ୍ଠିତ ହେବ । ପରେ ଦ୍ୱିତୀୟ ପର୍ଯ୍ୟାୟ 9 ମାର୍ଚ୍ଚରୁ 2 ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ମୋଟ ଉପରେ, ଅଧିବେଶନ ସମୟରେ ସଂସଦ 30 ଦିନ ପାଇଁ ବସିବ । ପ୍ରାରମ୍ଭିକ ପର୍ଯ୍ୟାୟରେ ମୁଖ୍ୟତଃ 2026-27 ପାଇଁ କେନ୍ଦ୍ର ବଜେଟ୍ ସହିତ ଜଡିତ ଆର୍ଥିକ ବିଷୟ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଅଧିବେଶନର ଦ୍ୱିତୀୟ ଭାଗରେ ମୁଖ୍ୟତଃ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook