ମୁଖ୍ୟ ଖବର
ନୂଆଦିଲ୍ଲୀ; ଏସଆଇଆର ଚର୍ଚ୍ଚାରେ ଆଜି କମ୍ପିବ ଗୃହ । ସଂସଦର ଶୀତ ଅଧିବେଶନର ଲୋକସଭାରେ ଦୀର୍ଘ ଦିନ ଧରି ପଡ଼ି ରହିଥିବା ନିର୍ବାଚନ ସଂସ୍କାର ଉପର ଏକ ଗୁରୁତ୍ୱପୂର୍ଣ୍ଣ ଦୁଇ ଦିନିଆ ବିତର୍କ ହେବ । ଭୋଟର ତାଲିକା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଉପରେ ଲୋକସଭାରେ ଚର୍ଚ୍ଚା ହେବ । ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀଙ୍କ ବିତର୍କ ଆରମ୍ଭ କରିବେ । ରାହୁଲ ଗାନ୍ଧୀଙ୍କ ସମେତ ୧୦ କଂଗ୍ରେସ ନେତା ବିର୍ତକରେ ସାମିଲ ହେବେ । ମୁଦ୍ଦା ଉପରେ ଚର୍ଚ୍ଚା ପାଇଁ ୧୦ ଘଣ୍ଟାର ସମୟ ରଖାଯାଇଛି । କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏହା ଉପରେ ଉତ୍ତର ଦେବେ । ବିତର୍କରେ ବିରୋଧୀ ଭୋଟ ଚୋରି, ଏସଆଇଆର ପ୍ରକ୍ରିୟା, ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଓ ନିର୍ବାଚନ ସୁଧାରର ମୁଦ୍ଦା ଉଠାଇପାରନ୍ତି ।
ଶୀତ ଅଧିବେଶନ ଆରମ୍ଭରୁ ବିରୋଧୀ ଦଳ ଭୋଟର ତାଲିକା ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ଉପରେ ଆଲୋଚନା କରିବାକୁ ଦାବି କରି ଆସୁଥିଲେ । କିନ୍ତୁ ସରକାର ଯୁକ୍ତି ଦେଇଥିଲେ କି, ଏହା ନିର୍ବାଚନ ଆୟୋଗ ଏକ ସ୍ୱତନ୍ତ୍ର, ସ୍ୱାୟତ ଏବଂ ସମ୍ବିଧାନିକ ସଂସ୍ଥା । ତେଣୁ ଏହା ବ୍ୟାପକ ନିର୍ବାଚନୀ ସଂସ୍କାର ଉପରେ ଆଲୋଚନା ପ୍ରସ୍ତାବ ଦେଇଥିଲା, ଯାହାକୁ ବିରୋଧୀ ଦଳ ଗ୍ରହଣ କରିଥିଲା । ବିରୋଧୀଙ୍କ ଦାବି କି ନିକଟରେ କିଛି ରାଜ୍ୟରେ ମତଦାତା ସୂଚୀରେ ଅଚାନକ ଲକ୍ଷ ଲକ୍ଷ ନାମ କାଟି ଦିଆଯାଉଛି । ଯେଉଁଥିରେ ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି ହେଉଛି । ହେଲେ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗ ଏହାକୁ ଖାରଜ କରି ଆସୁଛନ୍ତି ।
ବିଜେପି ବିତର୍କର ଜବାବ୍ ଦେବାକୁ ବରିଷ୍ଠଙ୍କୁ ନେଇ ଟିମ୍ ଗଠନ କରିଛି । କ୍ଷମତାସୀନ ଭାଜପା ପକ୍ଷରୁ ବତର୍ତରେ ବରିଷ୍ଠ ସାଂସଦ ଏବଂ ପୂର୍ବ ଆଇଏଏସ ନିଶିକାନ୍ତ ଦୁବେ, ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ପି.ପି. ଚୌଧୁରୀ, କୋଲକାତା ହାଇକୋର୍ଟର ପୂର୍ବ ବିଚାରପତି ଅଭିଜିତ୍ ଗଙ୍ଗୋପାଧ୍ୟାୟ ଏବଂ ସଞ୍ଜୟ ଜୟସ୍ୱୱାଲ ପ୍ରମୁଖ ଭାଗ ନେବେ । ଏମାନେ ନିର୍ବାଚନ ସଂସ୍କାର ପକ୍ଷରେ ସରକାରଙ୍କ ସ୍ଥିତି ମଜବୁତ କରିବେ । କଂଗ୍ରେସ ବି ଦମଦାର ଲାଇନ-ଅପ ପ୍ରସ୍ତୁତ କରିଛି । ମୁଦ୍ଦା ଉପରେ ସାଂସଦ ରାହୁଲ ଗାନ୍ଧୀଙ୍କ ବ୍ୟତୀୟ ବେଣୁଗାପାଳ, ମନୀଶ ତିୱାରୀ, ବର୍ଷା ଗାୟୱାଡ, ମହମ୍ମଦ ଜାବେଦ, ଉଜ୍ୱଳ ରମନ ସିଂହ, ଇର୍ଷା ଖାନଙ୍କ ସମେତ ୧୧ ସାଂସଦ ଚର୍ଚ୍ଚାରେ ଭାଗ ନେବେ ।
କହି ରଖୁଛୁ କି, ଦେଶର ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଜାରି ରହିଛି । ଡିସେମ୍ବର ୧୧ ହେଉଛି ଫର୍ମ ଦାଖଲର ଶେଷ ତାରିଖ । ଅର୍ଥାତ୍ ହାତରେ ଆଉ ମାତ୍ର ୩ ଦିନ । ତେବେ ତାମିଲନାଡୁରେ ଅଦ୍ୟାବଧି ପ୍ରାୟ ୮୫ ଲକ୍ଷ, ବେଙ୍ଗଲରେ ୫୪ ଲକ୍ଷ ଭୋଟରଙ୍କ ଫର୍ମ ଦାଖଲ ହୋଇନାହିଁ । ଫଳରେ ଭୋଟର ତାଲିକାରୁ ଏମାନଙ୍କ ନାମ କଟିବା ଆଶଙ୍କା କରାଯାଉଛି ।
Comments ସମସ୍ତ ମତାମତ