ମୁଖ୍ୟ ଖବର
ନୂଆଦିଲ୍ଲୀ: ବଦଳିଲା ସଂସଦର ମୌସୁମୀ ଅଧିବେଶନ ତାରିଖ । ସ୍ବାଧୀନତା ଦିବସ ଥିବାରୁ ବଦଳିଲା ଅଧିବେଶନର ତାରିଖ । ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ୧୩ ଏବଂ ୧୪ ତାରିଖରେ କୌଣସି ବୈଠକ ବସିପାରିବ ନାହିଁ । ତେଣୁ ଜୁଲାଇ ୨୧ରୁ ଅଗଷ୍ଟ ୧୨ ଭିତରେ ବସିବାକୁ ଥିବା ସଂସଦର ମୌସୁମୀ ଅଧିବେଶନ ଏବେ ଜୁଲାଇ ୨୧ରୁ ଅଗଷ୍ଟ ୨୧ ତାରିଖ ଯାଏଁ ଚାଲିବ ବୋଲି ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ।ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ଅର୍ଥାତ ଅଗଷ୍ଟ ୧୫ ତାରିଖ ପୂର୍ବରୁ ଶେଷ ହୋଇଯାଇଥାଏ । ହେଲେ ଏଥର କିନ୍ତୁ ମୌସୁମୀ ଅଧିବେଶନ ଅଗଷ୍ଟ ୧୫ ତାରିଖ ପରେ ମଧ୍ୟ ଚାଲିବ । କେନ୍ଦ୍ରମନ୍ତ୍ରୀ ରିଜିଜୁଙ୍କ କହିବା ମୁତାବକ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ଏହି ନୂଆ ତାରିଖକୁ ମଞ୍ଜୁରୀ ଦେଇଛନ୍ତି । ଯାହାକି ଜୁଲାଇ ୨୧ରୁ ଆରମ୍ଭ ହୋଇ ଅଗଷ୍ଟ ୨୧ ତାରିଖ ଯାଏଁ ଚାଲିବ । ଯେଉଁଥିରେ କି ଲୋକସଭା ଏବଂ ରାଜ୍ୟସଭାର କାର୍ୟ୍ୟ ସକାଳ ୧୧ଟାରୁ ଆରମ୍ଭ ହେବ ।
ତେବେ ଏଥର ସରଗରମ ରହିପାରେ ସଂସଦର ମୌସୁମୀ ଅଧିବେଶନ । ପହଲଗାମ୍ ଆକ୍ରମଣ ଠାରୁ ଅପରେସନ ସିନ୍ଦୂ ଯାଏଁ, ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଠାରୁ ଦିଲ୍ଲୀ ରାସ୍ତାରୁ ୬୨ ଲକ୍ଷ ପୁରୁଣା ଗାଡ଼ି ହଟାଇବା ପ୍ରସଙ୍ଗ ବି ଉଠିପାରେ ଯାହାକୁ ନେଇ ଗୃହ ସରଗରମ ରହିବ ବୋଲି କୁହାଯାଉଛି ।
Comments ସମସ୍ତ ମତାମତ