ମୁଖ୍ୟ ଖବର
ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେବାକୁ ଯାଉଥିବା ସଂସଦର ଦ୍ବିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି। ବିିଭିନ୍ନ ପ୍ରସଙ୍ଗ ନେଇ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇପାରେ। ମଣିପୁରରେ ସାନି ହିଂସା, ଭାରତ ପ୍ରତି ଟ୍ରମ୍ପ ପ୍ରଶାସନର ପ୍ରତିକୂଳ ଆଭିମୁଖ୍ୟ ଏବଂ ଭୋଟର ତାଲିକାରେ ଜାଲିଆତିକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଥିବା ବେଳେ ସରକାର ଏହି ଅଧିବେଶନରେ ବଜେଟ ପ୍ରକ୍ରିୟା ଶେଷ କରିବା ସହିତ ବିବାଦୀୟ ୱାକଫ୍ ସଂଶୋଧନ ବିଲ୍ ପାସ୍ କରାଇବାକୁ ଉଦ୍ୟମ କରିବେ। ଏହି ଅଧିବେଶନରେ ଦକ୍ଷିଣ ଭାରତର ରାଜ୍ୟମାନେ ଲୋକସଭା ନିର୍ବାଚନମଣ୍ଡଳୀ ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗ ଉଠାଇବେ ବୋଲି ଘୋଷଣା କରି ସାରିଛନ୍ତି।
ମଣିପୁରରେ ରାଷ୍ଟ୍ରପତି ଶାସନକୁ ଅନୁମୋଦନ କରାଇବା ଲାଗି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ପ୍ରସ୍ତାବ ଆଗତ କରିବାକୁ ଯୋଜନା କରିଥିବା ବେଳେ ରାଜ୍ୟରେ ପୁଣି ହିଂସା ଆରମ୍ଭ ହୋଇଥିବାରୁ ବିରୋଧୀ ଦଳ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରକୁ ଘେରିବେ ବୋଲି ସୂଚନା ମିଳିଛି। ବାଣିଜ୍ୟ କ୍ଷେତ୍ରରେ ଶୁଳ୍କକୁ ନେଇ ଭାରତ ପ୍ରତି ଟ୍ରମ୍ପ ପ୍ରଶାସନର କଡ଼ା ଆଭିମୁଖ୍ୟକୁ ମଧ୍ୟ ବିରୋଧୀ ପ୍ରସଙ୍ଗ କରିବେ। ପ୍ରଧାନମନ୍ତ୍ରୀ ॥େମାଦୀଙ୍କ ଗସ୍ତ ସତ୍ତ୍ବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲଗାଇବାକୁ ଧମକ ଦେଇଛନ୍ତି। ଏହାଫଳରେ ଭାରତୀୟ ଶିଳ୍ପ ବ୍ୟାପକ ରୂପେ କ୍ଷତିଗ୍ରସ୍ତ ହେବେ। ଏହି ପ୍ରସଙ୍ଗରେ ଭାରତ ସରକାରଙ୍କ ଆଭିମୁଖ୍ୟ କଣ ରହିବ ତାହା ବିରୋଧୀମାନେ ସରକାରଙ୍କ ଠାରୁ ଜାଣିବାକୁ ଚାହିଁବେ।
Comments ସମସ୍ତ ମତାମତ