Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତୃତୀୟ ଦିନରେ ବି ଚାଲି ପାରିଲାନି , ଗୁରୁବାର ଯାଏ ଉଭୟ ଗୃହ ମୁଲତବୀ

    Share on :
    ajab-Image
    Date: Nov 27, 2024    Views: 4650

    ନୂଆଦିଲ୍ଲୀ:  ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ ।  ଆରମ୍ଭରୁ ଅଚଳ ହେଲା ଗୃହକାର୍ୟ୍ୟ ।  ଆଦାନୀ ଝଡରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋ ହାଲ୍ଲାରେ କମ୍ପିଲା ଗୃହ ।  ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲବତୀ ଘୋଷଣା ହୋଇଛି । ଲୋକସଭାକୁ ବାଚସ୍ପତି ଓମବିର୍ଲା ମୁଲତବୀ ଘୋଷଣା କରିଥିଲେ ।
    ତୃତୀୟ ଦିନରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଉଭୟ ଗୃରେ ଆଦାନୀ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଦାନୀ ଲାଞ୍ଚ ଘଟଣାରେ ଆଲୋଚନା ନେଇ କଂଗ୍ରେସ  ଦାବି କରିଥିଲା ।  କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜୱାଲା ଏବଂ ମନୀଷ ତିୱାରୀ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ଆଦାନୀ ମାମଲାରେ ଆଲୋଚନା ନେଇ ଦାବି କରିଥିଲେ ବିରୋଧୀ । ଫଳରେ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବାଧ୍ୟ ହୋଇ ପ୍ରଥମେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ବି ଗୃହକାର୍ୟ୍ୟ ଚାଲି ପାରିନଥିଲା । ବାଧ୍ୟ ହୋଇ ଗୁରୁବାର ଯାଏ ଲୋକସଭାକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା ।

    ଆଦାନୀ ଗ୍ରୁପ ଉପରେ ହୋଇଥିବା ଅଭିଯୋଗକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ତୁମେ ଭାବୁଛ ଆଦାନୀ ଉପରେ ଲାଗିଥିବା ଅଭିଯୋଗ ସେ ସ୍ବୀକାର କରିବେ । ଏହା ସ୍ବାଭାବିକ ସେ ଅଭିଯୋଗକୁ ଖଣ୍ଡନ କରିବେ । ତାଙ୍କୁ ଗିରଫ କରାଯାଉ । ସେହି ଭଦ୍ର ବ୍ୟକ୍ତି ଜଣଙ୍କ କୋଟି କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ତାଙ୍କୁ  ତୁରନ୍ତ ଗିରଫ କରାଯାଉ । ସରକାର ତାଙ୍କୁ ସୁରକ୍ଷା ଦେଉଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook