Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ଠାରୁ ନୂତନ ସଂସଦ ଗୃହରେ ଆରମ୍ଭ ହେବ ଅଧିବେଶନ

    Share on :
    ajab-Image
    Date: Sep 19, 2023    Views: 3781

    ନୂଆଦିଲ୍ଲୀ:  ଆଜି ଠାରୁ ସଂସଦର ଉଭୟ ଗୃହର କାର୍ୟ୍ୟ ନୂତନ ସଂସଦ ଗୃହରେ ଆରମ୍ଭ ହେବ। ସଂସଦର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଲୋକସଭା ନୂତନ ସଂସଦରେ ଅପରାହ୍ନ ୧.୧୫ରେ ଓ ରାଜ୍ୟସଭା ଅପରାହ୍ନ ୨.୧୫ରେ ବୈଠକ କରିବ।ଲୋକସଭା ଓ ରାଜ୍ୟସଭାର ସମସ୍ତ ସଦସ୍ୟ ସକାଳେ ସଂସଦ ଗୃହର କେନ୍ଦ୍ରୀୟ କକ୍ଷରେ ଏକ ମିଳିତ ଫଟୋ ପାଇଁ ଏକାଠି ହୋଇଥିଲେ। ପରବର୍ତ୍ତୀ ସମୟରେ, ଭାରତୀୟ ସଂସଦର ସମୃଦ୍ଧ ଐତିହ୍ୟକୁ ପାଳନ କରିବା ପାଇଁ ଏକ ସମାରୋହ ଅନୁଷ୍ଠିତ ହେବ ଏବଂ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ସଂକଳ୍ପ ଗ୍ରହଣ କରାଯିବ।
    ଉଭୟ ସଂସଦ ଗୃହ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପୁରୁଣା ସଂସଦ ଗୃହକୁ ବିଦାୟ ଦେବା ଅତ୍ୟନ୍ତ ଭାବପ୍ରବଣ ମୁହୂର୍ତ୍ତ। ସେ କହିଛନ୍ତି ଯେ ଆମେ ଏକ ନୂତନ ଗୃହକୁ ଯାଉଛୁ, କିନ୍ତୁ ପୁରୁଣା ଗୃହ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ କାରଣ ଏହା ଭାରତୀୟ ଗଣତନ୍ତ୍ରର ଏକ ସୁବର୍ଣ୍ଣ ଅଧ୍ୟାୟ ଅଟେ। ସେ କହିଛନ୍ତି ଯେ ଏହି ସଂସଦ ଗୃହର ୭୫ ବର୍ଷର ଇତିହାସରେ ଦେଶରେ ଏକ ନୂତନ ଭାରତ ନିର୍ମାଣ ସହ ଜଡିତ ଅଗଣିତ ଘଟଣା ଦେଖିବାକୁ ମିଳିଛି।ଲୋକସଭା ବାଚସ୍ପତି ଓମ ବିର୍ଲା ଆଶା ପ୍ରକଟ କରିଛନ୍ତି ଯେ ସମସ୍ତ ସଦସ୍ୟ ନୂତନ ଆଶା ଓ ଆକାଂକ୍ଷା ସହିତ ନୂତନ ସଂସଦ ଭବନରେ ପ୍ରବେଶ କରିବେ। ସେ କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ନୂତନ ସଂସଦ ଭବନରେ ନୂଆ ସଫଳତା ହାସଲ କରିବ। ପ୍ରଧାନମନ୍ତ୍ରୀ ମୋଦୀ ଚଳିତ ବର୍ଷ ମେ ମାସରେ ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିଥିଲେ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook