Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସ୍ୱତନ୍ତ୍ର ଅଧିବେଶନ : ଗୃହ କାର୍ୟ୍ୟ ଆରମ୍ଭରୁ ହଙ୍ଗାମା

    Share on :
    ajab-Image
    Date: Sep 18, 2023    Views: 3275

    ନୂଆଦିଲ୍ଲୀ:   ଆରମ୍ଭ ହେଲା ସଂସଦର ସ୍ୱତନ୍ତ୍ର ଅଧିବେଶନ । ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । କିଛି ସମୟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ବିବୃତି ରଖିବେ । ୨୨ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସ୍ୱତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ ପାସ କରିବା ଉପରେ ସବୁ ଦଳ ଗୁରୁତ୍ୱ ଦେଇଛନ୍ତି । ଏହାଛଡା ଆପ୍ ନେତା ସଂଜୟ ସିଂହ ଓ ରାଘବ ଚଢାଙ୍କ ନିଲମ୍ବିନ ପ୍ରତ୍ୟାହାର କରିବାକୁ ବି ବିରୋଧୀ ଦାବି କରିଛନ୍ତି ।
    ନିର୍ବାଚନ କମିଶନ ଚୟନ ପ୍ରକ୍ରିୟାରେ କୌଣସି ପରିବର୍ତନ ନକରିବାକୁ ବି ବିରୋଧୀ ଦାବି କରିଛନ୍ତି । ଜାତି ଜନଗଣନା, ଆଦାନୀ ମାମଲା, ସିଏଜି ରିପୋର୍ଟ ଉପରେ ବି ଆଲୋଚନା କରିବାକୁ ବିରୋଧୀ ଦାବି କରିଛନ୍ତି । ବିଜେଡି ସମେତ ଶିବସେନା ( ସିନ୍ଦେ ଗୋଷ୍ଠୀ) , କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ମହିଳା ସଂରକ୍ଷଣ ବିଲ ପାସ କରିବାକୁ ଦାବି କରିଥିଲେ । ସରକାର ଏହି ସ୍ୱତନ୍ତ୍ର ଅଧିବେଶନରେ ନିଜର ଏଜେଣ୍ଡା କହସାରିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook