Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୃଷି ଆଇନ ପ୍ରତ୍ୟାହାର ବିଲ୍ ଲୋକସଭାରେ ପାରିତ

    Share on :
    ajab-Image
    Date: Nov 29, 2021    Views: 3511

    ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ହୋହଲ୍ଲା ମଧ୍ୟରେ ବହୁ ଚର୍ଚ୍ଚିତ ବିଲକୁ ପ୍ରତ୍ୟାହାର ବିଲ ପାରିତ ହୋଇଛି  । ଏହି ଆଇନ ପ୍ରତ୍ୟାହାର ଲାଗି କିଛି ଦିନ ତଳେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ବିଲ୍ ପାରିତ ହୋଇଛି । ୨୦୨୦ ସେପ୍ବେମ୍ବର ୨୭ରେ ୩ଟି ବିଲ ରାଷ୍ଟ୍ରପତିଙ୍କୁ ସ୍ବୀକୃତି ପରେ ଆଇନରେ ପରିଣତ ହୋଇଥିଲା । ଏହି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ବର୍ଷେ ଧରି ଜାରି ରହିଥିଲା ଆନ୍ଦୋଳନ ।

    ସେପଟେ କହିବାକୁ ଗଲେ ଫେଲ୍ ମାରିଛି ସର୍ବଦଳୀୟ ବୈଠକର ନିଷ୍କର୍ସ । ସଂସଦ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲତବୀ ଘୋଷଣା କରାଯାଇଥିଲା । ଏହା ପରେ ଆରମ୍ଭ ହୋଇଥିଲା ସଂସଦର ଶୀତକାଳୀନ ଅଧିବେଶନ । ଅଧିବେଶନ ପୂର୍ବରୁ ଗୃହକାର୍ୟ୍ୟ ଯେପରି ଶାନ୍ତି ଶୃଙ୍ଖଳା ଓ ମର୍ୟ୍ୟାଦାର ସହ ଚାଲିବ ସେଥିଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ବାନ ଦେଇଥିଲେ । ସରକାର ସମସ୍ତ ପ୍ରଶ୍ନର ଉତ୍ତର ରଖିବାକୁ ପ୍ରସ୍ତୁତ । ସଂସଦ କାର୍ୟ୍ୟ ଚାଲିଥିବାବେଳେ ବାଚସ୍ପତିଙ୍କ ସମ୍ମାନ ରକ୍ଷା ଲାଗି ସେ ସବୁ ଦଳକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ   ।

    କେନ୍ଦ୍ର ସରକାର ଶୀତ କାଳୀନ ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ହିଁ ନୂତନ କୃଷି ଆଇନ ପ୍ରତ୍ୟାହର ବିଲ ପାରିତ ପକ୍ରିୟା ଆରମ୍ଭ କରିଥିଲେ  । ଏହି ସମୟରେ କଂଗ୍ରେସ ସମେତ ଅନ୍ୟାନ ବିରୋଧି ଦଳ ହୋହଲ୍ଲା କରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook