Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପାଣ୍ଡିଆନଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ

    Share on :
    ajab-Image
    Date: Jul 24, 2026    Views: 2430

     ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ତଦନ୍ତ କମିଶନଙ୍କ ରିପୋର୍ଟ ନମିଳିବା ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଭି. କେ. ପାଣ୍ଡିଆନଙ୍କୁ କ୍ୟାପିଟାଲ ଥାନା ପୋଲିସ ନୋଟିସ୍ ଜାରି କରିବା ପରେ ବିଜେପି ଓ ବିଜେଡି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଜୋର୍ ଧରିଛି । ତଦନ୍ତ ପ୍ରକ୍ରିୟାକୁ ନେଇ ତିନି ପ୍ରମୁଖ ରାଜନୈତିକ ଦଳ ଭିନ୍ନ ଭିନ୍ନ ମତ ରଖିଛନ୍ତି ।
    ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡ ସମ୍ପର୍କିତ ଜଷ୍ଟିସ୍ ନାଇଡୁ କମିଶନଙ୍କ ରିପୋର୍ଟ ଏବଂ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ଆରଡିସି ରିପୋର୍ଟ ନମିଳିବା ଘଟଣାରେ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଜାରି ରଖିଛି । ଏହି ମାମଲାରେ ପୂର୍ବରୁ କିଛି ଅଧିକାରୀଙ୍କୁ ପଚରାଉଚରା କରାଯାଇଥିବା ବେଳେ, ଏବେ ଭି. କେ. ପାଣ୍ଡିଆନଙ୍କୁ ଜୁଲାଇ ୨୫ ତାରିଖରେ ହାଜର ହେବାକୁ ନୋଟିସ୍ ଜାରି କରାଯାଇଛି । ଏହାସହ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ ପୁନଃ ନୋଟିସ୍ କରାଯାଇଥିବା ବେଳେ ପୂର୍ବତନ ପ୍ରଶାସକ ଉପେନ୍ଦ୍ର ନାଥ ବେହେରାଙ୍କୁ ମଧ୍ୟ ପୋଲିସ ନୋଟିସ୍ ପଠାଇଛି ।
    ଏହାକୁ ନେଇ ବିଜେପି କହିଛି, ତଦନ୍ତ ଆଇନ ଅନୁଯାୟୀ ଆଗକୁ ବଢ଼ୁଛି ଏବଂ ଯେଉଁମାନଙ୍କ ଭୂମିକା ରହିଛି ସେମାନଙ୍କୁ ପଚରାଉଚରା କରାଯିବା ସ୍ୱାଭାବିକ । ବିଜେପି ବିଧାୟକ ବିଭୂତି ଭୂଷଣ ପ୍ରଧାନ କହିଛନ୍ତି, ସତ୍ୟ ପଦାକୁ ଆସିବା ପାଇଁ ତଦନ୍ତ ନିରପେକ୍ଷ ଭାବେ ଆଗକୁ ବଢ଼ିବା ଦରକାର ।
    ଅନ୍ୟପଟେ ବିଜେଡି ଏହି ସମସ୍ତ ପ୍ରକ୍ରିୟାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛି । ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ କହିବା କଥା, ସରକାର ନିଜର ବିଫଳତାକୁ ଘୋଡ଼ାଇବା ସହ ବିରୋଧୀ ଦଳକୁ ବଦନାମ କରିବା ପାଇଁ ଏପରି ତଦନ୍ତର ଆଳ ନେଉଛନ୍ତି । ତଦନ୍ତ ନାଁରେ ବିଜେଡିକୁ ଟାର୍ଗେଟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

    ସେପଟେ କଂଗ୍ରେସର ମତ ହେଉଛି, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଯଦି ସରକାରୀ ତଦନ୍ତ ରିପୋର୍ଟ ନମିଳୁଛି, ତେବେ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ସାମ୍ନାକୁ ଆଣିବା ପାଇଁ ସମସ୍ତ ସମ୍ପୃକ୍ତ ଅଧିକାରୀ ଓ ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରକୁ ଆଣିବା ଦରକାର । ତଦନ୍ତ ନିରପେକ୍ଷ ହେବା ସହ ରିପୋର୍ଟର ତଥ୍ୟ ସାର୍ବଜନୀନ କରାଯିବା ଉଚିତ ବୋଲି ବରିଷ୍ଠ କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook