Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପାଣ୍ଡିଆନଙ୍କ ହେଲିକ୍ୟାପ୍ଟର ଗସ୍ତ ଖର୍ଚ୍ଚ ପ୍ରସଙ୍ଗ, ପ୍ରମାଣ ନ ପାଇ ମାମଲା ଖାରଜ କଲେ କୋର୍ଟ

    Share on :
    ajab-Image
    Date: Sep 3, 2026    Views: 2470

    ଭୁବନେଶ୍ୱର: ପୂର୍ବତନ ୫T ସଚିବ ତଥା ବିଜେଡି ନେତା ଭିକେ ପାଣ୍ଡିଆନ୍‌ଙ୍କ ହେଲିକ୍ୟାପ୍ଟର ଗସ୍ତ ଏବଂ ସରକାରୀ ଅର୍ଥର ଅପବ୍ୟବହାର ଅଭିଯୋଗ ମାମଲାକୁ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ ସମ୍ପୂର୍ଣ୍ଣ ଭାବେ ଖାରଜ କରିଦେଇଛନ୍ତି । ବିଚାରପତି ବିରଞ୍ଚୀ ନାରାୟଣ ମହାନ୍ତି ଏହି ମାମଲାର ଶୁଣାଣି କରି ଅଭିଯୋଗରେ କୌଣସି ପ୍ରମାଣ ତଥା ଯଥେଷ୍ଟ ଆଧାର ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ମାମଲା ଖାରଜ ହେବା ପରେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି।

    ପୂର୍ବରୁ ଭୁବନେଶ୍ୱର ଏସଡିଜେଏମ (SDJM) କୋର୍ଟ ଦେଇଥିବା ନିଷ୍ପତ୍ତିକୁ କାଏମ ରଖି ଜିଲ୍ଲା ଜଜ୍ କୋର୍ଟ ଏହି ମାମଲାକୁ ରଦ୍ଦ କରିଛନ୍ତି। ଅଭିଯୋଗକାରୀ ଆଇନଜୀବୀ ତଥା ସାମାଜିକ କର୍ମୀ ସୁଧୀର ଚରଣ ମହାନ୍ତିଙ୍କ ପକ୍ଷରୁ ଦାଖଲ ଆବେଦନରେ ହେଲିକ୍ୟାପ୍ଟର ଖର୍ଚ୍ଚକୁ ନେଇ କୌଣସି ଆଇନଗତ ବା ପ୍ରମାଣିକ ତ୍ରୁଟି ମିଳିନାହିଁ ବୋଲି କୋର୍ଟଙ୍କ ପକ୍ଷରୁ କୁହାଯାଇଛି ।

    ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଭି. କେ. ପାଣ୍ଡିଆନ୍ ରାଜ୍ୟ କୋଷାଗାରରୁ ପ୍ରାୟ ୫୦୦ କୋଟି ଟଙ୍କା ହେଲିକ୍ୟାପ୍ଟର ଗସ୍ତରେ ଖର୍ଚ୍ଚ କରିଥିବା ନେଇ ଅଭିଯୋଗ ହୋଇଥିଲା । ବିଜେଡି ଶାସନ ସମୟରେ ପାଣ୍ଡିଆନ୍‌ଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ଓ ସେଠାରେ ଜନସାଧାରଣଙ୍କ ସହ ଆଲୋଚନା ପାଇଁ ପ୍ରାୟ ୪୫୦ ରୁ ୫୦୦ଟି ହେଲିପ୍ୟାଡ୍ ତିଆରି କରାଯାଇଥିବା ନେଇ ଗତ ୨୦୨୪ ମସିହାରେ ବିଜେପି ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା ।

    ତେବେ ଜଣେ ସରକାରୀ ଅଧିକାରୀ ଭାବେ ପାଣ୍ଡିଆନ ସାରା ଓଡ଼ିଶାରେ ହେଲିକ୍ୟାପ୍ଟର ଯୋଗେ ବୁଲି ସଭା କରିବାକୁ ବିରୋଧୀ ଦଳଗୁଡ଼ିକ ସମାଲୋଚନା କରିଥିଲେ । କୋର୍ଟ ଏହି ମାମଲାରେ କୌଣସି ବେଆଇନ କାର୍ଯ୍ୟାନୁଷ୍ଠାନର ପ୍ରମାଣ ନପାଇ ନବୀନ ପଟ୍ଟନାୟକ ଏବଂ ଭି. କେ. ପାଣ୍ଡିଆନ୍‌ଙ୍କୁ ବଡ଼ ଆଶ୍ଵସ୍ତି ପ୍ରଦାନ କରିଛନ୍ତି।

    ପାଣ୍ଡିଆନଙ୍କ ବିମାନ ଯାତ୍ରା ଓ ଅଭିଯୋଗ ପତ୍ର ସଂଗ୍ରହ ସଭା ବାବଦରେ ସରକାରୀ ଅର୍ଥ ଖର୍ଚ୍ଚକୁ ନେଇ ୨୦୨୪ ମସିହାରେ ମାମଲା ରୁଜ୍ଜୁ କରିଥିଲେ ଆଡଭୋକେଟ ସୁଧୀର ଚରଣ ମହାନ୍ତି । କ୍ୟାପିଟାଲ ଥାନା ପୋଲିସ ପଦକ୍ଷେପ ନନେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୋଗକାରୀ । ଦାଏର ରିଭିଜନ ଆବେଦନକୁ ବିଚାର ପାଇଁ ଗ୍ରହଣ କରିଥିଲେ ଭୁବନେଶ୍ଵରସ୍ଥିତ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ । ମାମଲାରେ ଦୌରା ଜଜ ବିଏନ ମହାନ୍ତି ନବୀନ ଓ ପାଣ୍ଡିଆନଙ୍କୁ ସମନ ଜାରି କରିଥିଲେ । ଜୁଲାଇ ୧୫ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

    Maximum 500 characters

    ରାଜନୀତି View all

    Find Us on Facebook