Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଏସପି ଓ ଜିଲ୍ଲାପାଳଙ୍କ ସହ ବୈଠକ କରିବେ ରାଜ୍ୟ ନିର୍ବାଚନ କମିଶନ

    Share on :
    ajab-Image
    Date: Jan 15, 2022    Views: 3067

    ଭୁବନେଶ୍ୱର: ପାଖଉଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ଜୋରଦାର ପ୍ରସ୍ତୁତି କରୁଛି ପ୍ରଶାସନ । ଆଜି ନିର୍ବାଚନ ପାଇଁ ଏସପି ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ହେବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ।  ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ନିର୍ବାଚନକୁ କିପରି ଶାନ୍ତିଶୃଙ୍ଖଳା ଓ କଟକଣା ଭିତରେ ଆୟୋଜନ କରାଯିବ ସେନେଇ ବିଚାର ବିମର୍ଶ କରାଯିବ । ଏହି ବୈଠକରେ ଭିସି ମାଧ୍ୟମରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ଯୋଗଦେବେ ।

    ଏମାନଙ୍କ ସହିତ ଏହି ବୈଠକରେ ମୁଖ୍ୟଶାସନ ସଚିବ, ଡିଜିପି, ଗୃହ ସଚିବ, ରାଜସ୍ୱ ସଚିବ, ପଞ୍ଚାୟତିରାଜ ସଚିବ ଓ ଆରଡିସି ମଧ୍ୟ ବୈଠକରେ ଉପସ୍ଥିତ ରହିବେ । ସେପଟେ ଦିନକ ପରେ ଆରମ୍ଭ ହେବ ନାମାଙ୍କନ । ଏଥିପାଇଁ ଶେଷ ପର୍ୟ୍ୟାୟରେ କସରତ୍ କରୁଛନ୍ତି ସବୁ ଦଳ  । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜୋନସ୍ତରରେ କମିଟି ଗଠନ କରିଛି ବିଜେଡି । ଏହି କମିଟି ଜୋନସ୍ତରରୁ ୩ ଜଣିଆ ପ୍ରାର୍ଥୀଙ୍କ ନାମ ତାଲିକା ପଠାଇବେ । ଏହାକୁ ଦଳ ଭିତରେ ବିଚାର ବିମର୍ଶ କରାଯିବ । ଶେଷରେ କାହାକୁ ପ୍ରାର୍ଥୀ କରାଯିବ, ସେନେଇ ଚୂଡାନ୍ତ ନିଷ୍ପତ୍ତି ଦଳର ସୁପ୍ରିମୋ ଘୋଷଣା କରିବେ । ସେପଟେ ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡିଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook