Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରହୁ : ବିରୋଧୀ

    Share on :
    ajab-Image
    Date: Jan 10, 2022    Views: 3502

    ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ୩ ମାସ ସ୍ଥଗିତ ରଖିବାକୁ ଦାବି କରିଛନ୍ତି ରାଜ୍ୟର ସମସ୍ତ ବିରୋଧୀ ଦଳ। ଆଜି ପଞ୍ଚାୟତ ନିର୍ବାଚନ ନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡକାଇଥିବା ବେଳେ ଏଥିରେ ସରକାରୀ ଦଳ ବିଜେଡିକୁ ଛାଡ଼ି ଅନ୍ୟ ସମସ୍ତ ଦଳ ନିର୍ବାଚନକୁ ସ୍ଥଗିତ କରିବା ପାଇଁ ଦାବି କରିଛନ୍ତି।
    କରୋନାର ତୃତୀୟ ଲହର ଚାଲିଥିବାରୁ ନିର୍ବାଚନ ସ୍ଥଗିତ ରଖିବାକୁ ବିରୋଧୀ ଦଳ ଗୁଡ଼ିକୁ ଦାବି କରିଛନ୍ତି। ଏହା ସହିତ ପଛୁଆ ବର୍ଗ ଓ ଏସ୍‌ଟି ବର୍ଗଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ମଧ୍ୟ ସେମାନେ ନିର୍ବାଚନ ସ୍ଥଗିତ ରଖିବାକୁ ଦାବି କରିଛନ୍ତି।

    ସେହିଭଳି ପଞ୍ଚାୟତ ନିର୍ବାଚନ ବନ୍ଦ କରିବାକୁ ହାଇକୋର୍ଟରେ ମାମଲା ଦାଏର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାଏର ହୋଇଛି। ଓବିସି ବର୍ଗଙ୍କୁ ସଂରକ୍ଷଣ ଦିଆଯାଇନଥିବାରୁ ନିର୍ବାଚନ ବନ୍ଦ କରିବାକୁ ଦାବି ହୋଇଛି। ସେହିପରି କରୋନା ବଢ଼ିଚାଲିଥିବାରୁ ପଞ୍ଚାୟତ ନିର୍ବାଚନ କିଭଳି ହେବ ବୋଲି ପରିଷଦ ପ୍ରଶ୍ନ କରିଛି।।

    Maximum 500 characters

    ରାଜନୀତି View all

    Find Us on Facebook