Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବଢିଲା ପଞ୍ଚାୟତ ନିର୍ବାଚନ ପାର୍ଥୀଙ୍କ ଖର୍ଚ୍ଚ, ଜାଣନ୍ତୁ କେତେ

    Share on :
    ajab-Image
    Date: Nov 16, 2021    Views: 3840

    ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମା ବଢାଇଛନ୍ତି ରାଜ୍ୟ ନିର୍ବାଚନ କମିସନ୍। ଗତ ନଭେମ୍ବର ୬ ତାରିଖରେ ଆସନ୍ତା ପଞ୍ଚାୟତ ନିର୍ବାଚନକୁ ନେଇ ସର୍ବଦଳୀୟ ବୈଠକ ହୋଇଥିଲା । ବୈଠକରେ ମଧ୍ୟ ଖର୍ଚ୍ଚ ସୀମାକୁ ବଢାଇବାକୁ ଦାବି ହୋଇଥିଲା ।


    ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀ ଏଣିକି ନିର୍ବାଚନରେ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ପୂର୍ବରୁ ଏହା ମାତ୍ର ୮୦ ହଜାର ଟଙ୍କା ରହିଥିଲା। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଏହି ସୀମା ୨ ଲକ୍ଷ ଟଙ୍କା ରହିଥିଲା ।  ବୈଠକରେ ଖର୍ଚ୍ଚ ସୀମାକୁ ବଢାଇବା ଦାବି ଗ୍ରହଣ କରି ନିର୍ବାଚନ ଖର୍ଚ୍ଚ ସ୍ଥିର କରିଛନ୍ତି ରାଜ୍ୟ ନିର୍ବାଚନ କମିସନ। ଏନେଇ ସୋମବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook