Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଘରେ ବନାନ୍ତୁ ସ୍ୱାଦିଷ୍ଟ ବେଲ ପଣା, ପିଇଲେ ଦୂର ହୁଏ ଏହି ଗମ୍ଭୀର ସମସ୍ୟା

    Share on :
    ajab-Image
    Date: Apr 9, 2023    Views: 2802

    ଭୁବନେଶ୍ୱର: ପବିତ୍ର ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଏହି ଦିନକୁ ଓଡିଆ ନବବର୍ଷ ଭାବେ ପାଳନ କରାଯାଏ । ଲୋକମାନେ ସକାଳୁ ଉଠି ନଦୀ, ପୋଖରୀ, ହ୍ରଦ କିମ୍ବା ସମୁଦ୍ରରେ ସ୍ନାନ କରନ୍ତି ଯାହାକୁ ସଂକ୍ରାନ୍ତି ବୁଡ଼ କୁହାଯାଏ । ତା’ପରେ ସେମାନେ ଆଣ୍ଠୁ ଗଭୀର ପାଣିରେ ଠିଆ ହୋଇଥିବା ଭଗବାନ ସୂର୍ଯ୍ୟଙ୍କୁ ପୂଜା କରନ୍ତି । ଗାୟତ୍ରୀ ମନ୍ତ୍ର ଜପ କରାଯାଏ । ଯଜ୍ଞ ଏବଂ ଦାନ କେତେକଙ୍କ ଦ୍ୱାରା କରାଯାଇଥାଏ । ଅନେକେ ଆଖପାଖରେ ଥିବା ମନ୍ଦିର ପରିଦର୍ଶନ କରି ଦିନରେ ଉପବାସ ରଖନ୍ତି । ପରସ୍ପରକୁ ଓଡିଆ ନୂଆବର୍ଷର ଶୁଭେଚ୍‌ଛା ଜଣାଇ ଦିନଟିକୁ ଉତ୍ସହର ସହ ପାଳନ କରିଥାନ୍ତି । ଏହି ଅବସରେ ପ୍ରସ୍ତୁତ ପଣାକୁ ଠାକୁରଙ୍କୁ ଲାଗି କରାଯିବା ସହ ପରିବାର ସଦସ୍ୟ, ସାଂଗସାଥୀଙ୍କୁ ପଣା ବଣ୍ଟନ କରାଯାଇଥାଏ ।

    ବେଲ ପଣା ପାଇଁ ସାମଗ୍ରୀ: ବେଲ, ଗୁଡ କିମ୍ବା ଚିନି, ଗୋଲ ମରିଚ, ଛେନା, ନଡିଆ କୋରା, ବୁନ୍ଦି ବା ଲଡୁ, ଅଙ୍ଗୁର, କଦଳୀ, 

    ପ୍ରଣାଳୀ: ପ୍ରଥମେ ଦୁଇଟି ପାତ୍ରରେ ଆବଶ୍ୟକ ଅନୁସାରେ ପାଣି ନିଅନ୍ତୁ । ତା ପରେ ବେଲକୁ ଫଟାଇ ତାଭିତରର ଶସକୁ ଚାମଚ ସାହାଯ୍ୟରେ କାଢ଼ି  ଗୋଟିଏ ପାତ୍ରରେ ଥିବା ପାଣିରେ ପକାଇ ଦିଅନ୍ତୁ । ଏହାପରେ ହାତରେ ତାକୁ ଭଲ ଭାବେ ଚକଡି ସେଥିରୁ ମଞ୍ଜି ଓ ଖଦଡା ଅଂଶକୁ କାଢ଼ି ଦିଅନ୍ତୁ । ଏହାପରେ ବେଲ ରସକୁ ଅନ୍ୟ ପାତ୍ରରେ ଥିବା ପାଣିରେ ମିଶାଇ ଦିଅନ୍ତୁ । ଏବେ ଆପଣ କଦଳୀ, ଅଙ୍ଗୁର, ନଡିଆ କୋରା, ଛତୁଆ ଗୁଣ୍ଡ, ଛେନା, ରସଗୋଲା, ଦହି ଆବଶ୍ୟକ ଅନୁସାରେ ଏଥିରେ ମିଶାନ୍ତୁ । ପଣାରେ ଆପଣ ଚିନି ବା ଗୁଡ ବ୍ୟବହାର କରିପାରିବେ । ପଣାର ସ୍ୱାଦ ବଢ଼ାଇବା ପାଇଁ ଆପଣ ଏଥିରେ ବୁନ୍ଦି କିମ୍ବା ଲଡୁକୁ ଗୁଣ୍ଡ କରି ପକାଇପାରିବେ । ଗୋଲ ମରିଚ ପକାଇଲେ ପଣାର ସ୍ୱାଦ ଆହୁରି ବଢ଼ିଯାଏ । ଏବେ ଆପଣ କିଛି ସମୟ ପାଇଁ ପଣାକୁ ଫ୍ରିଜରେ ରଖି ନିଜେ ପିଇବା ସହ ପ୍ରିୟଜନଙ୍କୁ ପିଇବାକୁ ଦେଇପାରିବେ ।

    ଲିଭର୍‌ ସମସ୍ୟା ଦୂର କରେ ବେଲ ପଣା: ଲିଭରରେ ସମସ୍ୟା ଥିଲେ ବେଲ ପଣା ନିହାତି ପିଇବା ଆବଶ୍ୟକ । ଗୋଟିଏ ଗ୍ଲାସ ବେଲ ପଣାରେ ପ୍ରୋଟିନ, ଭିଟାମିନ ସି ଏବଂ ରାଇବୋଫ୍‌ଲୋବିନ ରହିଥାଏ । ତେଣୁ ଲିଭର ସମସ୍ୟା ଦୂର କରିବାରେ ଏହା ସହାୟକ ହୋଇଥାଏ ।

    କୋଷ୍ଠକାଠିନ୍ୟ ସମସ୍ୟା: କୋଷ୍ଠକାଠିନ୍ୟ ସମସ୍ୟା ଦୂର କରିଥାଏ ବେଲ ପଣା । ପ୍ରତ୍ୟହ ଗୋଟିଏ ଗ୍ଲାସ ବେଲ ପଣା ପିଇଲେ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହେବା ସହ ପେଟ ଥଣ୍ଡା ରହିଥାଏ ।

    ଶରୀରକୁ ଶକ୍ତି ମିଳେ: ବେଲ ପଣାରେ କ୍ୟାଲୋରିଜ ରହିଥାଏ ଯାହାକି ଆମ ଶରୀରର ମେଟାବୋଲିଜିମକୁ ବୁଷ୍ଟ କରିଥାଏ । କେବଳ ଏହା ନୁହେଁ, ଏଥିରେ ପ୍ରୋଟିନ ମଧ୍ୟ ରହିଥାଏ, ଯାହା କି ଆମ ଶରୀର ଆଳସ୍ୟକୁ ଦୂର କରି ଏନର୍ଜି ବଢ଼ାଇବାରେ ସହାୟକ ହୋଇଥାଏ ।

    ରକ୍ତ ସଫା କରିବାରେ ସାହାଯ୍ୟ କରେ: ବେଲ ପଣାରେ ଚିନି କିମ୍ବା ଗୁଡ ମିଶାଇକରି ପିଇଲେ ରକ୍ତ ସଫା ରହେ । ଏହାସହ ବେଲ ପଣା ପିଇଲେ କିଡନୀ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

    Maximum 500 characters

    ବିଶେଷ View all

    Find Us on Facebook