ମୁଖ୍ୟ ଖବର
ଭୁବନେଶ୍ୱର : କରୋନା ମହାମାରୀରେ ତାଲାବନ୍ଦ ଯୋଗୁଁ ସ୍ମାର୍ଟ ଫୋନ୍, ଇଣ୍ଟର୍ନେଟ୍ର ବ୍ୟବହାର ଖୁବ୍ ବଢିଯାଇଛି । ସାମାଜିକ ଦୂରତା ବଜାୟ ରଖିବା ପାଇଁ ଯୁବପୀଢିମାନଙ୍କର ପ୍ରଥମ ପସନ୍ଦ ହୋଇଛି ଫେସ୍ବୁକ୍, ୟୁଟୁ୍ୟବ୍, ଟୁଇଟର୍ ଆଦି ଭଳି ସାମାଜିକ ଗଣମାଧ୍ୟମ । ବିଭିନ୍ନ ଭିଡିଓ ସହ କ୍ଷୁଦ୍ର ଗଳ୍ପଗୁଡିକର ମଧ୍ୟ ଚାହିଦା ବଢିଯାଇଛି । ୨୦୧୮ ମସିହାରୁ ନିଜ ଫେସ୍ବୁକ୍ ପେଜ୍ ‘ଷ୍ଟୋରିଜ୍ ବାଏ ଉମା’ (https://www.facebook.com/storiesbyuma) ଜରିଆରେ ହଜାର ହାଜର ପାଠକଙ୍କ ଆଦୃତି ପାଇପାରିଛନ୍ତି ପାପୁଲି ଗପ ଲେଖକ ଉମାକାନ୍ତ ପାତ୍ର । ପିଲାଟି ଦିନରୁ ସାହିତ୍ୟ ପ୍ରତି ରୁଚି ରଖୁଥିବା ଉମାକାନ୍ତ ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗରେ ସ୍ନାତ୍ତୋକତ୍ତର ହାସଲ କରି ଏକ ପ୍ରତିଷ୍ଠିତ ସାମାଜିକ ଅନୁଷ୍ଠାନରେ କାର୍ଯ୍ୟ କରୁଥିଲେ ମଧ୍ୟ ସାହିତ୍ୟ ସାଧନାର ନିଶା ଛାଡି ପାରି ନାହାଁନ୍ତି । ଅନବରତ ଭାବେ ସାହିତ୍ୟ ସାଧନାରେ ବ୍ରତୀ ଶ୍ରୀ ପାତ୍ରଙ୍କ ଅନେକ ଗପ ଓ କବିତା ବିଭିନ୍ନ ପତ୍ରପତ୍ରିକା ଓ ୱେବ୍ ପୋର୍ଟାଲ୍ରେ ପ୍ରକାଶିତ ହୋଇଛି ।
ଅନ୍ୟାନ୍ୟ ଭାଷା ସାହିତ୍ୟ ଭଳି ଓଡିଆ ସାହିତ୍ୟକୁ ମଧ୍ୟ ଆଧୁନିକ ସ୍ତରକୁ ନେବାକୁ ପଡିବ । ଓଡିଆ ଗପ ଓ ସାହିତ୍ୟ ପଢିବା ପାଇଁ ଆଗ ଭଳି ପାଠକମାନଙ୍କ ମଧ୍ୟରେ ଉସôାହ ଦେଖାଯାଉ ନାହିଁ । ଆଜିର ଅତ୍ୟାଧୁନିକ ଯୁଗରେ ସ୍ମାର୍ଟ ଫୋନ ସହ ଇଣ୍ଟରନେଟ୍ ଓ ସାମାଜିକ ଗଣମାଧ୍ୟମ ପ୍ରତି ଯୁବପୀଢିଙ୍କ ଅହେତୁକ ଉକôଣ୍ଠା ଏବଂ ଅଧିକ ଲମ୍ବା କାହାଣୀ ପଢିବା ପାଇଁ ସମୟ ଓ ଧୈର୍ଯ୍ୟର ଅଭାବ ରହିଛି ବୋଲି ଗାଳ୍ପିକ ଉମାକାନ୍ତ ପାତ୍ରଙ୍କ ମତ । ଏହାକୁ ଦୃଷ୍ଟିରେ ରଖି ଜଣଙ୍କ ହାତ ପାପୁଲି ଅର୍ଥାତ ଏକ ସ୍ମାର୍ଟ ଫୋନ୍ର ହୋମ୍ ସ୍କ୍ରିନ୍ରେ ଯେତିକି ଶବ୍ଦ ଧରିବ ସେତିକି ଭିତରେ ଅତି କ୍ଷୁଦ୍ର ଗଳ୍ପ ଲେଖିବାକୁ ପ୍ରୟାସ କରାଯାଇଛି ଏବଂ ଏହାକୁ ପାପୁଲି ଗପର ନାମକରଣ କରାଯାଇ ଫେସ୍ବୁକ୍ ଓ ଟୁଇଟର୍ ଜରିଆରେ ଓଡିଆ ଭାଷା ସାହିତ୍ୟ ପ୍ରତି ଯୁବପୀଢିଙ୍କୁ ଆକୃଷ୍ଟ କରାଯିବାର ଏକ ଛୋଟ ପ୍ରୟାସ ବୋଲି ଶ୍ରୀ ପାତ୍ର କହିଛନ୍ତି । ଫେସ୍ବୁକ୍ ପେଜ୍ ‘ଷ୍ଟୋରିଜ୍ ବାଏ ଉମା’ ଜରିଆରେ ଆଜି ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରାୟ ପାଞ୍ଚ ହଜାରରୁ ଉଦ୍ଧ୍ୱର୍ ଯୁବ ପାଠକପାଠିକା ଓଡିଆ ଭାଷାରେ ପାପୁଲି ଗପ ପଢିବାର ସୁଯୋଗ ପାଇପାରୁଛନ୍ତି ବୋଲି ଉମାକାନ୍ତ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅତି ଶାଣୀତ ଢଙ୍ଗରେ ଓଡିଆ ରୋମାଣ୍ଟିକ୍ ପାପୁଲି ଗପ ରଚନା କରିବା ସତରେ ଏକ ନିଖୁଣ କଳା । ଉମାକାନ୍ତ ପାତ୍ରଙ୍କ ପାପୁଲି ଗପ ଅତି ମର୍ମସ୍ପର୍ଶୀ ଓ ହୃଦୟ ଛୁଅାଁ ବୋଲି କଟକ କାଜିବଜାରର ଜଣେ ପାଠିକା ଉପାଲି ମହାନ୍ତି ମତ ବ୍ୟକ୍ତ କରିଛନ୍ତି । ଓଡିଆ ଶବ୍ଦଗୁଡିକୁ ଅତି ସନ୍ତର୍ପଣରେ ସଜାଡି ନିଜ ଗପ ମାଧ୍ୟମରେ ଉମାକାନ୍ତ ଯେପରି ଚରିତ୍ରମାନଙ୍କୁ ଜୀବନ୍ତ ଗଢିତୋଳନ୍ତି ସତରେ ଖୁବ୍ ପ୍ରଶଂସନୀୟ । ସବୁଠୁ ବଡ କଥା ହେଲା ସେ ଆଧୁନିକ ଯୁଗରେ ଯୁବପୀଢିମାନଙ୍କୁ ଆକୃଷ୍ଟ କରିବା ପାଇଁ ସାମାଜିକ ଗଣମାଧ୍ୟମର ସାହାଯ୍ୟ ନେଇ ବୁଦ୍ଧିମାନର କାମ କରିଛନ୍ତି ବୋଲି ବାଲେଶ୍ୱରରୁ ଜଣେ ପାଠିକା ନବନୀତା ଦାସ କହିଛନ୍ତି । ଉମାକାନ୍ତ ପାତ୍ର ଦୈନନ୍ଦିନ ଜୀବନର ଲୋକ ଚରିତ୍ରମାନଙ୍କ ଠାରୁ ନିଜ ଗପର ଖିଅ ଧରି ଏପରି ସୁନ୍ଦର ଭାବେ ବର୍ଣ୍ଣନା କରନ୍ତି ଯେ ଥରେ ଯିଏ ତାଙ୍କ ଗପ ପଢିବ ସେ ନିଶ୍ଚିତ ଭାବେ ବାରମ୍ବାର ପଢିବାକୁ ଚାହିଁବ ବୋଲି ହାଇଦ୍ରାବାଦ୍ ସ୍ଥିତ ଟାଟା ସାମାଜିକ ବିଜ୍ଞାନରେ ଅଧ୍ୟୟନରତ ସରୋଜ କୁମ୍ଭାର କହିଛନ୍ତି । ଉମାକାନ୍ତ ପାତ୍ରଙ୍କ ପାପୁଲି ଗପ ଭଳି ଯଦି ଅନ୍ୟ ସାହିତି୍ୟକମାନେ ଅତି କ୍ଷୁଦ୍ର ଗଳ୍ପ ଲେଖିବା ଓ ସାମାଜିକ ଗଣମାଧ୍ୟମ ଜରିଆରେ ପାଠକପାଠିକାମାନଙ୍କ ସହ ସହଜରେ ଯୋଡିହୋଇପାରିବେ ତେବେ ଯୁବପୀଢିଙ୍କୁ ଓଡିଆ ସାହିତ୍ୟ ପ୍ରତି ଆକୃଷ୍ଟ କରାଯାଇପାରିବ ।
Comments ସମସ୍ତ ମତାମତ