Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

    Share on :
    ajab-Image
    Date: Oct 4, 2026    Views: 2409

    ନୂଆଦିଲ୍ଲୀ: ଓଡ଼ିଶାରେ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର ଖୋଲିବ। କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି କେନ୍ଦ୍ର ଖୋଲାଯିବାକୁ ଅନୁମୋଦନ ମିଳିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ମୋଟ୍ ୫ଟି ଶାସ୍ତ୍ରୀୟ ଭାଷା ପାଇଁ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ଶିକ୍ଷା ମନ୍ତ୍ରଣାଳୟର ଅନୁମୋଦନ ପ୍ରଦାନ କରିଛି। ଅସମୀୟା, ବଙ୍ଗଳା, ମରାଠୀ, ପାଲି ଏବଂ ପ୍ରାକୃତ ଭାଷା ଅଧ୍ୟୟନ ପାଇଁ ଏହି ଉତ୍କର୍ଷ କେନ୍ଦ୍ରଗୁଡ଼ିକ କାର୍ଯ୍ୟ କରିବେ।

    ଉଚ୍ଚତର ଶାସ୍ତ୍ରୀୟ ଗବେଷଣା, ଭାଷାଗତ ଓ ସାହିତ୍ୟିକ ଐତିହ୍ୟର ସଂରକ୍ଷଣ ଏବଂ ଡିଜିଟାଇଜେସନ୍, ଏବଂ ଏହି ଶାସ୍ତ୍ରୀୟ ଭାଷାଗୁଡ଼ିକ ସମ୍ବନ୍ଧୀୟ ଜ୍ଞାନର ବ୍ୟାପକ ପ୍ରସାର ପାଇଁ ସମ୍ପୃକ୍ତ ଭାଷାର ଉତ୍କର୍ଷ କେନ୍ଦ୍ରଗୁଡ଼ିକ ନିର୍ଦ୍ଦିଷ୍ଟ ସହାୟତା ଯୋଗାଇଦେବ।

    ଶାସ୍ତ୍ରୀୟ ଅମୀୟା ପାଇଁ ଆସାମର ତେଜପୁର ବିଶ୍ୱବିଦ୍ୟାଳୟ, ଶାସ୍ତ୍ରୀୟ ବଙ୍ଗଳା ପଶ୍ଚିମବଙ୍ଗରବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟ, ଶାସ୍ତ୍ରୀୟ ମରାଠୀ ମହାରାଷ୍ଟ୍ର ପୁଣେର ଡେକାନ୍ କଲେଜ ପୋଷ୍ଟ-ଗ୍ରାଜୁଏଟ୍ ଆଣ୍ଡ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ (ଡିମଡ ଟୁ ବି ୟୁନିଭରସିଟି), ଶାସ୍ତ୍ରୀୟ ପାଲି ଓଡିଶାର କେନ୍ଦ୍ରୀୟ ଓଡ଼ିଶା ବିଶ୍ୱବିଦ୍ୟାଳୟ, ଶାସ୍ତ୍ରୀୟ ପ୍ରାକୃତ ପାଇଁ କେନ୍ଦ୍ରୀୟ ଗୁଜରାଟ ବିଶ୍ୱବିଦ୍ୟାଳୟରେ ଉତ୍କର୍ଷ କେନ୍ଦ୍ର ଖୋଲାଯିବ ।ଉତ୍କର୍ଷ କେନ୍ଦ୍ରଗୁଡ଼ିକ ମୁଖ୍ୟତଃ ଚାରୋଟି କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବେ ।

    ● ଶିକ୍ଷାଗତ ଗବେଷଣା ଏବଂ ପାଣ୍ଡିତ୍ୟର ସୁଦୃଢ଼ୀକରଣ: ଏହି କେନ୍ଦ୍ରଗୁଡ଼ିକ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷାଗୁଡ଼ିକରେ ଉଚ୍ଚତର ଗବେଷଣା, ଅଧ୍ୟୟନ ଏବଂ ଶିକ୍ଷାଗତ ଆଲୋଚନା ପାଇଁ ନିର୍ଦ୍ଦିଷ୍ଟ ଅନୁଷ୍ଠାନିକ ମଞ୍ଚ ପ୍ରଦାନ କରିବେ।

    ● ସଂରକ୍ଷଣ ଏବଂ ଡିଜିଟାଇଜେସନ୍: ଏହି କେନ୍ଦ୍ରଗୁଡ଼ିକ ଭାଷାଗତ ଏବଂ ସାହିତ୍ୟିକ ସମ୍ବଳର ନଥିକରଣ, ସଂରକ୍ଷଣ ଏବଂ ଡିଜିଟାଇଜେସନରେ ସହାୟତା କରିବେ, ଯାହା ଭାରତର ସମୃଦ୍ଧ ଲିଖିତ ଐତିହ୍ୟର ଦୀର୍ଘକାଳୀନ ସୁରକ୍ଷାରେ ଯୋଗଦାନ ଦେବ।

    ● ଶାସ୍ତ୍ରୀୟ ଭାଷା ଐତିହ୍ୟର ବ୍ୟାପକ ପ୍ରସାର: ଏହି କେନ୍ଦ୍ରଗୁଡ଼ିକ ସମ୍ପୃକ୍ତ ଶାସ୍ତ୍ରୀୟ ଭାଷା ସହିତ ଜଡ଼ିତ ଭାଷାଗତ, ସାହିତ୍ୟିକ ଏବଂ ଜ୍ଞାନ ଆଧାରିତ ପରମ୍ପରାର ସହଜ ଉପଲବ୍ଧତା ଏବଂ ବ୍ୟାପକ ପ୍ରସାରକୁ ସୁଗମ କରିବେ।

    ● ଆଞ୍ଚଳିକ ଶିକ୍ଷାଗତ ବ୍ୟବସ୍ଥାର ସୁଦୃଢ଼ୀକରଣ: ଆସାମ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଗୁଜରାଟରେ ଅବସ୍ଥିତ ଏହି କେନ୍ଦ୍ରଗୁଡ଼ିକ ଶାସ୍ତ୍ରୀୟ ଭାଷାଗୁଡ଼ିକରେ ଉଚ୍ଚଶିକ୍ଷା, ଗବେଷଣା ଏବଂ ପାଣ୍ଡିତ୍ୟ ପାଇଁ ଆଞ୍ଚଳିକ ବ୍ୟବସ୍ଥାକୁ ସୁଦୃଢ଼ କରିବେ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook