Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ବିଶ୍ବକପ୍ ପାଇଁ ସାତ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ୍ ଟିମ୍

    Share on :
    ajab-Image
    Date: Sep 28, 2023    Views: 3230

    ନୂଆଦିଲ୍ଲୀ: ବିଶ୍ବକପ୍ ପାଇଁ ସାତ ବର୍ଷ ପରେ ଭାରତ ଆସିଲା ପାକିସ୍ତାନ୍ ଟିମ୍ । ବାବର ଆଜାମଙ୍କ ଦଳ ହାଇଦ୍ରାବାଦରେ ଏକ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । ଏହା ପରେ ୬ ସେପ୍ଟେମ୍ବରରେ ବିଶ୍ବକପରେ ନେଦରଲ୍ୟାଣ୍ଡ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବେ । ବାବର ଆଜାମଙ୍କ ଦଳ ନେଦରଲ୍ୟାଣ୍ଡ ବିପକ୍ଷ ମ୍ୟାଚ ସହିତ ବିଶ୍ବକପ ଅଭିଯାନ ଆରମ୍ଭ କରିବ ।

    ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହାଇଦ୍ରାବାଦରେ ୬ ସେପ୍ଟେମ୍ବରରେ ଖେଳାଯିବ । ୧୦ ଅକ୍ଟୋବରରେ ହାଇଦ୍ରାବାଦରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ଦଳ ଦ୍ବିତୀୟ ବିଶ୍ବକପ ମ୍ୟାଚ୍ ଖେଳିବ ।  ତୃତୀୟ ମ୍ୟାଚ୍ ୧୪ ଅକ୍ଟୋବରରେ ଭାରତୀୟ ଦଳ ବିପକ୍ଷରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ତେବେ ପାକିସ୍ତାନ ଟିମ୍ ଭାରତ ଆସିବେକି ନାହିଁ ଚର୍ଚ୍ଚା ହେଉଥିଲା  । ଭିସା ମିଳିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ ।

    Maximum 500 characters

    ଖେଳ ଖବର View all

    Find Us on Facebook