Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଟି-୨୦ ବିଶ୍ୱକପ: ପାକିସ୍ତାନକୁବାହାର ରାସ୍ତା ଦେଖିବାକୁ ପଡ଼ିଛି

    Share on :
    ajab-Image
    Date: Jun 15, 2024    Views: 4128

    ଭୁବନେଶ୍ୱର:  ଟି-୨୦ ବିଶ୍ୱକପରୁ ବିଦା ହୋଇଛି ପାକିସ୍ତାନ। ଗ୍ରୁପ ପର୍ୟ୍ୟାୟରୁ ବିଦାୟ ନେଇଛି ଦଳ। ଆମେରିକା ଓ ଭାରତ ଠାରୁ କ୍ରମାଗତ ଦୁଇଟି ମ୍ୟାଚ୍‌ ହାରିଥିବା ପାକିସ୍ତାନକୁ ବାହାର ରାସ୍ତା ଦେଖିବାକୁ ପଡ଼ିଛି।

    ଗ୍ରୁପ ଏରୁ ପାକିସ୍ତାନ ବିଦାୟ ନେଇଥିବା ବେଳେ ସୁପର ୮କୁ ଭାରତ ସହ ଟି-୨୦ ବିଶ୍ୱକପର ସହ ଆୟୋଜକ ଆମେରିକା ଯାଇଛନ୍ତି। ସୁପର ୮କୁ ଯୋଗ୍ୟତା ଅର୍ଜନ କରି ଆମେରିକା ଇତିହାସ ରହିଛି। କାରଣ ପ୍ରଥମଥର ପାଇଁ ଆମେରିକା ଆୟୋଜକ ହିସାବରେ ଟି-୨୦ ବିଶ୍ୱକପ ଖେଳୁଥିଲା। ପ୍ରଥମ ଦଫାରେ ହିଁ ପାକିସ୍ତାନ ଭଳି ବଡ଼ ଟିମକୁ ମାତ ଦେ ଆମେରିକା ସୁପର ୮ରେ ପ୍ରବେଶ କରିଛି।

    ଆମେରିକା ତା’ର ପ୍ରଥମ ମ୍ୟାଚ୍‌ରେ କାନାଡାକୁ ହରାଇଥିଲାଓଡ଼ିଆ ସ୍ପଷ୍ଟ ନୁ୍ୟଜ। ଏହାପରେ ଅପେକ୍ଷାକୃତ ପାକିସ୍ତାନକୁ ଧୂଳି ଚଟାଇ ଥିଲା। ତୃତୀୟ ମ୍ୟାଚ୍‌ରେ ଦଳ ଭାରତକୁ କଡ଼ା ଟକ୍କର ଦେଇଥିଲେ ହେଁ ପରାଜୟର ସ୍ୱାଦ ଚାଖିଥିଲା। ଶୁକ୍ରବାର ‍ଫ୍ଲରିଡାରେ ଦଳ ଶେଷ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ଡକୁ ଭେଟିବାର ଥିଲା। ଏହି ମ୍ୟାଚ୍‌ ଯଦି ଆମେରିକା ହାରି ଥାଆନ୍ତା, ତା’ହେଲେ ପାକିସ୍ତାନ ପରବର୍ତ୍ତୀ ମ୍ୟାଚ୍‌ରେ ଆୟର୍ଲ୍ୟାଣ୍ତକୁ ହରାଇ ସୁପର ୮କୁ ଯିବାର ସୁଯୋଗ ସୃଷ୍ଟି କରିଥାଆନ୍ତା।

    କିନ୍ତୁ ଶୁକ୍ରବାର ଆମେରିକା ବନାମ ଆୟର୍ଲ୍ୟାଣ୍ଡ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ଫଳରେ ଉଭୟ ଦଳକୁ ୧ ପଏଣ୍ଟ ଲେଖାଏ ମିଳିଛି। ୧ ପଏଣ୍ଟ ମିଳିବା ପରେ ଆମେରିକାର ୫ ପଏଣ୍ଟ ହୋଇଯାଇଛି।ପାକିସ୍ତାନ ୧୬ ତାରିଖରେ ତା’ର ଶେଷ ମ୍ୟାଚ୍‌ ଜିତିଲେ ମଧ୍ୟ ୪ ପଏଣ୍ଟ ହେବ। ତେଣୁ ଗ୍ରୁପ-ଏରୁ ଭାରତ ଓ ଆମେରିକା ପରବର୍ତ୍ତୀ ରାଉଣ୍ଡକୁ ଯୋଗ୍ୟତା ଅର୍ଜନ କରିଛନ୍ତି।
    ଏଯାଏ ଗ୍ରୁପ ପର୍ୟ୍ୟାୟରେ ଅପରାଜେୟ ରହି ସୁପର ୮କୁ ଯୋଗ୍ୟତା ଅର୍ଜନ କରିଥିବା ଭାରତ ଶେଷ ମ୍ୟାଚ୍‌ ୧୫ ତାରିଖରେ ଖେଳିବ। ଶେଷ ମ୍ୟାଚ୍‌ରେ ଦଳ କାନାଡାକୁ ଭେଟିବ। ତେବେ ଫ୍ଲରିଡାରେ ବର୍ଷା ହେଉଥିବାରୁ ଉକ୍ତ ମ୍ୟାଚ୍‌ ମଧ୍ୟ ବାତିଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

    Maximum 500 characters

    ଖେଳ ଖବର View all

    Find Us on Facebook