Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆତଙ୍କବାଦୀଙ୍କୁ ସ୍ଵାଧୀନତା ସଂଗ୍ରାମୀ କହିଲେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ

    Share on :
    ajab-Image
    Date: Apr 25, 2025    Views: 3259

    ନୂଆଦିଲ୍ଲୀ : ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇଶାକ ଡାରଙ୍କ ବିବାଦୀୟ ବୟାନ। ପହଲଗାମ୍ ହମଲାର ଆତଙ୍କବାଦୀଙ୍କୁ କହିଲେ ସ୍ଵାଧୀନତା ସଂଗ୍ରାମୀ। ଇସଲାମାବାଦରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଏଭଳି କହିଛନ୍ତି। ସେ କହିଛନ୍ତି ଯେ, ଏପ୍ରିଲ ୨୨ରେ ଜାମ୍ମୁ କାଶ୍ମୀର ପହଲଗାମ୍‌ରେ ଯେଉଁମାନେ ଆକ୍ରମଣ କଲେ ସେମାନଙ୍କୁ ସ୍ଵାଧୀନତା ସଂଗ୍ରାମୀ ହୋଇପାରନ୍ତି। ଡାରଙ୍କ ଏଭଳି ପ୍ରତିକ୍ରିୟା ପରେ ଅସନ୍ତୋଷ ବଢିଛି। ତେବେ ଏନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। 

    ପ୍ରକାଶ ଥାଉକି, ଗୁରୁବାର ପାକିସ୍ତାନ ଭାରତ ସହ ଶିମଲା ଚୁକ୍ତି ସ୍ଥଗିତ କରିଛି। ଭାରତ ସହ ସମସ୍ତ ପ୍ରକାରର ବାଣିଜ୍ୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏହା ସହ ଭାରତୀୟ ଏୟାରଲାଇନ୍‌ ପାଇଁ ପାକିସ୍ତାନ ରୁଟ୍ ବନ୍ଦ କରିଦେଇଛି। କେବଳ ସେତିକି ନୁହେଁ ସିନ୍ଧୁ ଜଳ ଚୁକ୍ତିରେ ନିର୍ଦ୍ଧାରିତ ଜଳ ପ୍ରବାହକୁ ରୋକିଲେ କିମ୍ଵା ପରିବର୍ତ୍ତନ କଲେ ଯୁଦ୍ଧ ହେବ ବୋଲି ଫମ୍ପା ଧମକ ଦେଇଛି। ୱାଘା ସୀମା ମଧ୍ୟ ବନ୍ଦ କରିଦେଇଛି। ଭାରତୀୟଙ୍କ ଭିସା ରଦ୍ଦ କରିଛି। ଭାରତୀୟ ଉଚ୍ଚାୟୋଗରୁ ସୈନ୍ୟ ପରାମର୍ଶଦାତାଙ୍କୁ ଫେରିଯିବାକୁ ନିର୍ଦ୍ଦେଶ ଦେଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକ ପରେ ଏହି ସବୁ ନିଷ୍ପତ୍ତି ନିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook