Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦମପୁର ମଇଦାନରେ ହେଭିଓ୍ବେଟଙ୍କ ରଣହୁଙ୍କାର

    Share on :
    ajab-Image
    Date: Nov 23, 2022    Views: 3382

    ପଦମପୁର: ଷ୍ଟାର କ୍ୟାମ୍ପେନରଙ୍କ ପ୍ରଚାରରେ ଦୁଲୁକୁଛି ପଦମପୁର । ମଇଦାନରେ ହେଭିଓ୍ବେଟଙ୍କ ରଣହୁଙ୍କାର । ଘର ଘର ବୁଲି ଲୋକଙ୍କ ଭରସା ଜିତିବାକୁ ୩ ରାଜନୈତିକ ଦଳଙ୍କ ମଧ୍ୟରେ ଚାଲିଛି ପ୍ରତିଯୋଗିତା । ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ସପକ୍ଷରେ ପଦମପୁର ସମର୍ଥନ ଅଧିକ ଥିବା ଦେଖିବାକୁ ମିଳିଛି ।

    ଗାଁ ଗାଁରେ ବର୍ଷାଙ୍କ ସମର୍ଥନରେ ବାହାରୁଛନ୍ତି ମାଆ ମାଉସୀ । ସଭାସ୍ଥଳୀକୁ ଆସି ଆଶୀର୍ବାଦ ଢାଳୁଛନ୍ତି ଲୋକମାନେ । ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ଅନେକ ଯୋଜନା ରହିଛି। ଏସଏଚଜି ମାଧ୍ୟମରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମାଆମାନେ। ସ୍ବାସ୍ଥ୍ୟରୁ ଶିକ୍ଷା ସବୁ କ୍ଷେତ୍ରରେ ସୁବିଧା ମିଳୁଛି । ଘରକୁ ଘର ବୁଲି ମହିଳାଙ୍କ ପାଇଁ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ଲୋକଙ୍କୁ ବୁଝାଉଛନ୍ତି ବିଜେଡି କର୍ମୀ ଓ ନେତା। ସେହିପରି କଂଗ୍ରେସ ଓ ବିଜେପି ମଧ୍ୟ ସଭା ମାଧ୍ୟମରେ ଲୋକଙ୍କ ନିକଟରେ ପ୍ରତିଶ୍ରୁତି ରଖୁଛନ୍ତି । ଘର ଘର ବୁଲି ଭୋଟଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ ।

    Maximum 500 characters

    ରାଜନୀତି View all

    Find Us on Facebook