Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦ୍ମପୁର ଉପନିର୍ବାଚନ; ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

    Share on :
    ajab-Image
    Date: Nov 21, 2022    Views: 3334

    ବରଗଡ଼: ପଦ୍ମପୁର ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ କେଉଁ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରୁଛନ୍ତି ଏବଂ ନାମାଙ୍କନ ପ୍ରତ୍ୟାହାର ପରେ କିଏ କିଏ ରହିବେ ମଇଦାନରେ ତା’ ଉପରେ ସଭିଙ୍କ ନଜର ରହିଛି।
    ଅନ୍ୟପକ୍ଷରେ  ଭୋଟରଙ୍କୁ ମନାଇବାରେ ଲାଗିପଡ଼ିଲେଣି ପ୍ରାର୍ଥୀ। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଲାଗି ଧାମନଗରର ଯୁବ ବିଧାୟକ ସୂର୍ୟ୍ୟବଂଶୀ ସୁରଜ ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ବିଜେଡି ପ୍ରାର୍ଥୀ ବର୍ଷାରାଣି ବରିହା ମଧ୍ୟ ଜୋରଦାର କ୍ୟାମ୍ପେନିଂ ଚଳାଇଛନ୍ତି। ବିଜେପି ଓ ବିଜେଡି ଫାଇଟ୍ ଭିତରେ ଆଜିଠୁ ପ୍ରଚାର ମଇଦାନକୁ ଓହ୍ଲାଇବ କଂଗ୍ରେସ। ଚାଷୀଙ୍କ ସମସ୍ୟାକୁ ଅସ୍ତ୍ର କରି ଦଳ ଲୋକଙ୍କ ପାଖକୁ ଯିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ।
    ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନରେ ମୋଟ ୨.୫୫ଲକ୍ଷ ଭୋଟର ନିଜର ମତାଧିକାର ଆସନ୍ତା ଡିସେମ୍ବର ୫ ତାରିଖରେ ସାବ୍ୟସ୍ତ କରିବେ । ପଦ୍ମପୁର ନିର୍ବାଚନମଣ୍ଡଳୀର ମୋଟ ୩୧୯ଟି ବୁଥ୍ ରହିବ । ଏଥିରୁ ୭୪ଟି ଅତି ସମ୍ବେଦନଶୀଳ ଓ ୫୨ଟି ସମ୍ବେଦନଶୀଳ ଚିହ୍ନଟ ହୋଇଛି । ପଦ୍ମପୁର, ଝାରବନ୍ଧ ଓ ପାଇକମାଳ ବ୍ଲକରେ ମୋଟ ୬ଟି ପିଙ୍କ୍ ବୁଥ ଓ ୧୦ଟି ମଡେଲ୍ ବୁଥ୍ ମଧ୍ୟ ସ୍ଥାପନ କରାଯିବ। ମାଓ ଉପଦ୍ରୁତ ଅଂଚଳ ହୋଇଥିବାରୁ ଏଠାରେ ଅର୍ଦ୍ଧ ସାମରିକ ବାହିନୀ ମୁତୟନ କରାଯିବ ବୋଲି ବରଗଡ଼ ଜିଲ୍ଲାପାଳ ମୋନିଷା ବାନାର୍ଜୀ ସୂଚନା ଦେଇଥିଲେ।

    Maximum 500 characters

    ରାଜନୀତି View all

    Find Us on Facebook