Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପଦ୍ମପୁର : ଆଜି ନାମାଙ୍କନ ଦାଖଲ କରିବେ ପ୍ରଦୀପ ପୁରୋହିତ

    Share on :
    ajab-Image
    Date: Nov 14, 2022    Views: 3949

    ଭୁବନେଶ୍ୱର:   ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ନାମାଙ୍କନ ଦାଖଲ କରିବେ । ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟରେ ସେ ପ୍ରାର୍ଥିପତ୍ର ଦାଖଲ କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ରହିବେ । ଏହା ସହ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, ବଲାଙ୍ଗୀର, ବରଗଡ଼ ଓ କଳାହାଣ୍ଡିର ସାଂସଦ ଏବଂ ଅନ୍ୟ ବରିଷ୍ଠ ନେତା ସାମିଲ ହେବେ । ଆମ୍ବେଦର ଛକରୁ ଏକ ଶୋଭାଯାତ୍ରା ବାହାରିବ ।
    ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ପରେ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିବ । ଅପରାହ୍ଣରେ ନାମାଙ୍କନ ଦାଖଲ କରିବାର କାର୍ୟ୍ୟକ୍ରମ ରହିଛି । ଗତକାଲି ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି ପ୍ରଦୀପ । ଅନ୍ୟପଟେ ଧାମନଗର ଶୈଳୀରେ ପଦ୍ମପୁରରେ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛି ଦଳ । କୁହାଯାଉଛି ଖୁବ୍ ଶୀଘ୍ର ବିଜେପିର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆସି ପଦ୍ମପୁର ପାଇଁ ରଣନୀତି ପ୍ରସ୍ତୁତ କରିବେ । 

    Maximum 500 characters

    ରାଜନୀତି View all

    Find Us on Facebook