Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପ:ସେମିଫାଇନାଲରେ ହାରିଲେ ସିନ୍ଧୁ

    Share on :
    ajab-Image
    Date: May 1, 2022    Views: 4783

    ମାନିଲା: ଚଳିତ ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ଭାରତର ତାରକା ଖେଳାଳି ପିଭି ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି । ସେମି ଫାଇନାଲରେ ହାରି ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ସିନ୍ଧୁ । ସେ ୨୧-୧୩, ୧୯-୨୧, ୧୬-୨୧ ଗେମରେ ଟପ ଜାପାନ ଖେଳାଳି ଆକାନେ ୟାମାଗୁଚିଙ୍କଠୁ ପରାସ୍ତ ହୋଇଛନ୍ତି ।
    ଦୁଇ ଦୁଇ ଥର ଅଲମ୍ପିକ୍ସ ବିଜୟିନୀ ସିନ୍ଧୁ ମାତ୍ର ୧୬ ମିନିଟ ସମୟ ନେଇ ପ୍ରଥମ ଗେମ ଅକ୍ତିଆର କରିଥିଲେ । ଦ୍ବିତୀୟ ଗେମରେ ମଧ୍ୟ ସେ ଆଗୁଆ ଥିଲେ । ହେଲେ ପରେ ପ୍ରତିପକ୍ଷ ଖେଳାଳି ୟାମାଗୁଚିଙ୍କୁ ପେନାଲ୍ଟି ବାବଦକୁ ୧ ପଏଣ୍ଟ ଦେଇଥିଲେ । ଏହାକୁ ନେଇ ରେଫରୀଙ୍କ ସହ ସିନ୍ଧୁଙ୍କ ଯୁକ୍ତିତର୍କ ହୋଇଥିଲା । ପୁନଃ ଖେଳ ଆରମ୍ଭ ହେବା ପରେ ସିନ୍ଧୁ ନିଜର ଲୟ ହରାଇ ବସିଥିଲେ । ୟାମଗୁଚି ଏହାର ଫାଇଦା ଉଠାଇଥିଲେ । ୨୧-୧୯ ଦ୍ବିତୀୟ ଗେମ ଜିତି ସ୍ଥିତି ବାରବର କରିଥିଲେ । ଏହି ମୁକାବିଲା ୧ ଘଣ୍ଟା ୬ ମିନିଟ ଧରି ଚାଲିଥିଲା ।ପରବର୍ତ୍ତୀ ଗେମରେ ସିନ୍ଧୁ ଲଢୁଆ ପ୍ରଦର୍ଶନ କରିବା ସତ୍ତ୍ବେ ପରାଜୟର ଶିକାର ହୋଇଥିଲେ । ଫଳରେ ତାଙ୍କର ସ୍ବର୍ଣ୍ଣ କି ରୌପ୍ୟ ପଦକ ଆଶା ଧୂଳିସାତ ହୋଇଛି । ଏସିଆ ଚମ୍ପିଅନସିପରେ ସିନ୍ଧୁଙ୍କ ଏହା ଦ୍ବିତୀୟ ବ୍ରୋଞ୍ଜ ପଦକ । ପୂର୍ବରୁ ୨୦୧୪ ସଂସ୍କରଣରେ କାସ୍ୟଂ ପଦକ ହାସଲ କରିଥିଲେ । ସେମି ସମରରେ ହାରିବା ସହ ବ୍ରୋଞ୍ଜ ପଦକ ଜିତି ଏସିଆ ବ୍ୟାଡମିଣ୍ଟନ ଚମ୍ପିଆନସିପରେ ସିନ୍ଧୁଙ୍କ ଅଭିଯାନ ଶେଷ ହୋଇଛି ।

    Maximum 500 characters

    ଖେଳ ଖବର View all

    Find Us on Facebook