ମୁଖ୍ୟ ଖବର
ଭୁବନେଶ୍ୱର: ସେକ୍ସ ରାକେଟ୍ ରୋକିବାକୁ ସ୍କାନରରେ OYO ରୁମ୍। ୨୦୨୪ ଜୁଲାଇ ଠାରୁ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲା ଅଧୀନରେ ଅବୈଧ ସେକ୍ସ ରାକେଟ୍ ସମ୍ୱନ୍ଧିତ କାର୍ଯ୍ୟକଳାପ ରୋକିବା ପାଇଁ OYO ହୋଟେଲଗୁଡ଼ିକରେ ନିୟମିତ ପାଟ୍ରୋଲିଂ ଓ ଚଢାଉ କରାଯାଉଛି। ଅକ୍ଟୋବର ଓ ନଭେମ୍ବର ୨୦୨୫ ଠାରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳ, ବସ୍ତି, ଭଡ଼ାଘର ଓ ହୋଟେଲଗୁଡ଼ିକରେ ଚଢ଼ାଉ କରାଯାଇଛି। ଏହି ରାକେଟ୍ ଚଳାଇଥିବା ମାଲିକ, ସଂପୃକ୍ତ ଦଲାଲ ଓ ଏଥିରେ ଲିପ୍ତ ଥିବା ବ୍ୟକ୍ତିବିଶେଷଙ୍କୁ ଗିରଫ କରାଯାଇଛି। ବିଧାନସଭାରେ ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱର ଲକ୍ଷ୍ମୀସାଗରର ଏକ ଘରେ ରେଡ କରାଯାଇ ଜଣେ ଘର ମାଲିକଙ୍କୁ ଗିରଫ କରାଯାଇଥିଲା। ଏହି ସଂକ୍ରାନ୍ତରେ ୩ ଦଲାଲ ଓ ୪ ଜଣ ଗ୍ରାହକ ଗିରଫ ହୋଇଥିଲେ। ସେହିପରି କ୍ୟାପିଟାଲ ହସ୍ପିଟାଲ ପାଖ ଏକ ଭଡ଼ା ଘରେ ରେଡ କରାଯାଇ ୨ ଦଲାଲ ଓ ୪ ଗ୍ରାହକଙ୍କୁ ଗିରଫ କରାଯାଇଥିଲା।
Comments ସମସ୍ତ ମତାମତ