Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପୁଣି ଘୁଞ୍ଚିଲା ଆକ୍ସିଓମ୍‌ ମିଶନ୍

    Share on :
    ajab-Image
    Date: Jun 20, 2025    Views: 3991

    ନୂଆଦିଲ୍ଲୀ: କେବେ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌ ଯାତ୍ରା କରିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ପୁଣି ଘୁଞ୍ଚିଲା ଆକ୍ସିଓମ୍‌ ମିଶନ୍ । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଷଷ୍ଠ ଥର ପାଇଁ ଆକ୍ସିଓମ୍ ମିଶନ୍ ଲଞ୍ଚିଂ ସ୍ଥଗିତ ରହିଛି । ଜୁନ୍‌ ୨୨ ତାରିଖରେ ମିଶନ୍ ଲଞ୍ଚିଂ ନେଇ ନୂଆ ତାରିଖ ଜାରି କରିଥିଲା ଇସ୍ରାେ । ହେଲେ ତାହା ପୁଣି ସ୍ଥଗତି ରହିଛି । ଖୁବଶୀଘ୍ର ନାସା ନୂଆ ତାରିଖ ଘୋଷଣା କରିବ । ଜୁନ୍‌ ୧୯ ତାରିଖରେ ଲଞ୍ଚ ହେବାକୁ ଥିବା ଆକ୍ସିଓମ୍‌-୪ ମିଶନ୍‌ ଜୁନ୍‌ ୨୨ରେ ହେବାକୁ ଇସ୍ରୋ ତାରିଖ ଘୋଷଣା କରିଥିଲା । ଏହାକୁ ପୁଣି ସ୍ଥଗିତ ରଖାଯାଇଛି । ଆକ୍ସିଓମ୍‌ ସ୍ପେସ୍‌ ନାସା ଓ ସ୍ପେସ୍‌ଏକ୍ସ ସହ ମିଶି ଏହି ତାରିଖକୁ ସ୍ଥଗିତ ରଖିଛନ୍ତି । ଶୁବଶୀଘ୍ର ନୂଆ ତାରିଖ ଘୋଷଣା କରିବ ନାସା । ନାସା ପକ୍ଷରୁ କୁହାଯାଇଛି କି, ''ଇଣ୍ଟରନ୍ୟାସନାଲ ସ୍ପେସ ଷ୍ଟେସନ୍ (ଆଇଏସଏସ୍‌)ର Zvezda ସର୍ଭିସ ମଡ୍ୟୁଲର ପଛ ଭାଗ ସଜଡା କାମ ପରେ ଷ୍ଟେସନ୍‌ର ବର୍ତ୍ତମାନ ସ୍ଥିତି ସମୀକ୍ଷା କରାଯାଉଛି । ଆଇଏସଏସ୍‌ର ସବୁ ସିଷ୍ଟମ ପରସ୍ପର ସହ ଜଡ଼ିତ । ତେଣୁ ନାସା ସୁନିଶ୍ଚିତ କରିବାକୁ ଚାହେଁ କି ମହାକାଶ ଯାତ୍ରୀଙ୍କୁ ଷ୍ଟେସନ୍‌ ପଠାଇବା ପୂର୍ବରୁ ସବୁ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଏବଂ ପ୍ରସ୍ତୁତ ହେଉ ।''
    କଣ ଆକ୍ସିଓମ୍‌-୪  ମିଶନ୍‌- ଭାରତ, ପୋଲାଣ୍ଡ ଓ ହେଙ୍ଗେରୀ ପାଇଁ ଏହି ମିଶନ୍ ଐତିହାସିକ କୁହାଯାଉଛି । କାରଣ ଏହି ଦେଶମାନଙ୍କର ମହାକାଶ ଯାତ୍ରୀଙ୍କୁ ପ୍ରଥମ ଥର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ପଠାଯିବ । ମିଶନ୍‌ରେ ସାମିଲ ୪ ମହାକାଶଚାରୀ ବର୍ତ୍ତମାନ ଫ୍ଲୋରିଡାର ଅଛନ୍ତି । ଆକ୍ସିଓମ୍‌-୪ ଏକ ଘରେଇ ମହାକାଶ ମିଶନ୍, ଯାହା ଆକ୍ସିଓମ୍‌ ସ୍ପେସ୍‌, ନାସା ଓ ସ୍ପେସ୍‌ଏକ୍ସର ସହଯୋଗରେ ସଂଚାଳିତ ହେଉଛି । ଏହା ସ୍ପେସ୍‌ଏକ୍ସର ଫାଲକନ୍‌-୯ ରକେଟ୍‌ ଓ କ୍ରରୁ ଡ୍ରାଗନ୍‌ ଯାନ ଜରିଆରେ ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌ ଷ୍ଟେସନ୍‌ରେ ପହଞ୍ଚାଇବ । ମିଶନ୍‌ରେ ଭାରତର ଶୁଭାଂଶୁ ଶୁକ୍ଳା ଅଛନ୍ତି । ସେ ଇସ୍ରୋ ପକ୍ଷରୁ ପାଇଲଟ୍ ଭୂମିକା ତୁଲାଇବେ । ମିଶନ୍‌ର ଅବଧି ୧୪ ଦିନ ରହିବ । ଏଥିରେ ମହାକାଶ ଯାତ୍ରୀ ସ୍ପେସ୍‌ ଷ୍ଟେସନ୍‌ରେ ରହି ବୈଜ୍ଞାନିକ ପ୍ରୟୋଗର ଅନୁସନ୍ଧାନରେ ଭାଗ ନେବେ । ଭାରତର ମହାକାଶ ଯାତ୍ରା କାର୍ଯ୍ୟକ୍ରମ ଗଗନଯାନ ପାଇଁ ଏହି ମିଶନ୍ ଗୁରୁତ୍ୱପୂର୍ଣ୍ଣ ହେବ ।

    ଷଷ୍ଠ ଥର ସ୍ଥଗିତ ମିଶନ୍‌- ପ୍ରଥମେ ଆକ୍ସିଓମ୍‌-୪ ମିଶନ ଉତ୍‌କ୍ଷେପଣ ପାଇଁ ଗତ ମେ ୨୯ ତାରିଖ ଧାର୍ଯ୍ୟ ହୋଇଥିଲା । ଯାନ୍ତ୍ରିକ ଓ ପରିବେଶଗତ କାରଣରୁ ଅନେକ ଥର ବାତିଲ କରିବାକୁ ପଡିଥିଲା । ଷଷ୍ଠ ଥର ପାଇଁ ମିଶନ୍‌ ସ୍ଥଗିତ ରହିଛି । ନାସାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍‌ ସେଣ୍ଟରରୁ ମିଶନ୍‌ ଲଞ୍ଚ ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook