Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରଶ୍ମୀରଞ୍ଜନ ସ୍ୱାଇଁ ଓୟୁଏସଏସଏସସି ଅଧ୍ୟକ୍ଷ

    Share on :
    ajab-Image
    Date: Mar 14, 2026    Views: 2429

    ଭୁବନେଶ୍ୱର: ରାଜ୍ୟରେ ପୁଲିସ ନିଯୁକ୍ତି ପରୀକ୍ଷାରେ ବାରମ୍ବାର ଅନିୟମିତତା ଅଭିଯୋଗ ପରେ ରାଜ୍ୟ ସରକାର ନୂତନ ଭାବେ ଗଢ଼ିଥିବା ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ ସିଲେକ୍ସନ କମିଶନ’ (ଓୟୁଏସଏସଏସସି)ରେ ଶୁକ୍ରବାର ନୂତନ ଅଧ୍ୟକ୍ଷଙ୍କୁ ନିଯୁକ୍ତି ମିଳିଛି। ଜମ୍ମୁ କାଶ୍ମୀରର ପୂର୍ବତନ ପୁଲିସ ଡିଜି ଅବସରପ୍ରାପ୍ତ ଆଇପିଏସ୍ ରଶ୍ମୀରଞ୍ଜନ ସ୍ୱାଇଁଙ୍କୁ ଏହି ଆୟୋଗର ପ୍ରଥମ ଅଧ୍ୟକ୍ଷ ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି। ଏହି ଆୟୋଗ ମାଧ୍ୟମରେ ରାଜ୍ୟର ବିଭିନ୍ନ ୟୁନିଫର୍ମ ସେବାରେ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି।ଏହି ଆୟୋଗର ପରିଚାଳନା ନିମନ୍ତେ ରାଜ୍ୟ କ୍ୟାବିନେଟ୍ ପୂର୍ବରୁ ‘ଓଡ଼ିଶା ୟୁନିଫର୍ମଡ୍ ସର୍ଭିସେସ୍ ଷ୍ଟାଫ ସିଲେକ୍ସନ୍ କମିଶନ ନିୟମାବଳୀ-୨୦୨୬’କୁ ଅନୁମୋଦନ କରିଥିଲେ। ଏହି ନିୟମ ଅନୁସାରେ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ନିଯୁକ୍ତି ପ୍ରକ୍ରିୟା ଓ ସେବା ସର୍ତ୍ତାବଳୀ ନିର୍ଦ୍ଧାରଣ କରାଯାଇଥିଲା। ରାଜ୍ୟରେ ପୁଲିସ ନିଯୁକ୍ତି ବୋର୍ଡଗୁଡ଼ିକରେ ମାତ୍ରାଧିକ ଦୁର୍ନୀତି ଅଭିଯୋଗ ଆସିବା ପରେ ସରକାର ସେସବୁ ବୋର୍ଡକୁ ଭାଙ୍ଗିଦେବା ସହ ଏହି ନୂଆ ଆୟୋଗ ଗଠନ ନିମନ୍ତେ ନିଷ୍ପତ୍ତି ନେଇଥିଲେ । ଏହି ଆୟୋଗ ମାଧ୍ୟମରେ ପୁଲିସ ବିଭାଗ ସମେତ ଅବକାରୀ, ଜଙ୍ଗଲ ଓ ବାଣିଜ୍ୟ ପରିବହନ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ବିଭିନ୍ନ ପଦବୀଗୁଡ଼ିକ ପାଇଁ ଏକକ ନିଯୁକ୍ତି ପରୀକ୍ଷା ପରିଚାଳନା ସମ୍ଭବପର ହୋଇପାରିବ ବୋଲି କୁହାଯାଉଛି।ଓଡ଼ିଆ ଅଫିସର ଶ୍ରୀ ସ୍ୱାଇଁଙ୍କ ଦୀର୍ଘବର୍ଷର ପ୍ରଶାସନିକ ଅଭିଜ୍ଞତା ଓ ତାଙ୍କ ନେତୃତ୍ୱରେ ରାଜ୍ୟରେ ଦ୍ରୁତ ନିଯୁକ୍ତି ପ୍ରକ୍ରିୟାକୁ ପାରଦର୍ଶିତାର ସହ ସୁନିଶ୍ଚିତ କରାଇବା ସମ୍ଭବପର ହୋଇପାରିବ ବୋଲି ଚର୍ଚ୍ଚା ହେଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook