Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଜୁନ୍ ୨୮ରେ OTET ପରୀକ୍ଷା

    Share on :
    ajab-Image
    Date: May 23, 2026    Views: 3004

    କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ଦେବାକୁ ଥିବା ପରୀକ୍ଷାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OTET ପରୀକ୍ଷା ତାରିଖରେ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଏହି ପରୀକ୍ଷା ଜୁନ୍ ୨୧ ତାରିଖରେ ହେବାର ଥିଲା, ମାତ୍ର ଏବେ ଏହାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ଜୁନ୍ ୨୮ ତାରିଖରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁଯାୟୀ, ଜୁନ୍ ୨୮ ତାରିଖରେ ଦୁଇଟି ସିଟିଂରେ ପରୀକ୍ଷା କରାଯିବ।

    ପ୍ରଥମ ପେପର (Paper-I): ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଦ୍ୱିତୀୟ ପେପର (Paper-II): ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସଞ୍ଜ ୪ଟା ୩୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ଆଶାୟୀ ପ୍ରାର୍ଥୀମାନେ ଆସନ୍ତା ଜୁନ୍ ୧୭ ତାରିଖରୁ ନିଜର ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ। ବୋର୍ଡର ଅଫିସିଆଲ୍ ୱେବସାଇଟ୍‌ରେ ଏହି ଆଡମିଟ୍ କାର୍ଡ ଉପଲବ୍ଧ ହେବ। ପରୀକ୍ଷାର୍ଥୀମାନେ ୱେବସାଇଟ୍‌କୁ ଯାଇ ନିଜର ଲଗ୍‌ଇନ୍ ଆଇଡି ବ୍ୟବହାର କରି ଏହାକୁ ସହଜରେ ପାଇପାରିବେ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook