Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓସ୍କାରରେ ଭାରତକୁ ପ୍ରତିନିଧିତ୍ବ କରିବ ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’

    Share on :
    ajab-Image
    Date: Sep 21, 2022    Views: 3821

    ଅହମ୍ମଦାବାଦ:ଚଳିତ ବର୍ଷ  କେଉଁ ଚଳଚ୍ଚିତ୍ରଟି ବିଦେଶୀ ଭାଷାର କାଟାଗୋରୀରେ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ଭାରତରୁ ଆନୁଷ୍ଠାନିକ ଭାବେ ଯିବ, ଏହାର ଖୁଲାସା ହୋଇସାରିଛି । ତେବେ ‘ଆର୍‌ଆର୍‌ଆର୍‌’ ନୁ‌ହେଁ କି ‘କାଶ୍ମୀର ଫାଇଲ୍ସ’ ନୁହେଁ, ଗୁଜରାଟୀ ଚଳଚ୍ଚିତ୍ର ଛେଲୋ ସୋ’ ଓସ୍କାର ୨୦୨୩ ରେ ଭାରତକୁ ପ୍ରତିନିଧିତ୍ବ କରିବ । ଫିଲ୍ମ ଫେଡେରେସନ ଅଫ୍‌ ଇଣ୍ଡିଆ ପକ୍ଷରୁ ଆନୁଷ୍ଠାନିକ ଭାବେ ଏହି ଘୋଷଣା କରାଯାଇଛି ।
    ନିକଟରେ ଭାରତ ସରକାର ଘୋଷଣା କରିଛନ୍ତି ଯେ, ୯୫ତମ ଏକାଡେମୀ ଆୱାର୍ଡ ପାଇଁ ଭାରତରୁ ଛେଲୋ ସୋ’  ପ୍ରତିନିଧିତ୍ବ କରିବ । ଇଂରାଜୀରେ ଏହି ଫିଲ୍ମର ଟାଇଟଲ୍‌ ରହିଛି ‘ଲାଷ୍ଟ୍‌ ଫିଲ୍ମ ସୋ’ । ଏହି ଚଳଚ୍ଚିତ୍ରକୁ ପି.ନଳୀନ ନିର୍ଦ୍ଦେଶନା ଦେଇଛନ୍ତି । ଅକ୍ଟୋବର ୧୪ରେ ଏହା ଦେଶବ୍ୟାପୀ ବିଭିନ୍ନ ଥିଏଟରରେ ରିଲିଜ୍‌ ହେବ ।
    ଫିଲ୍ମରେ ଜଣେ ୯ ବର୍ଷର ବାଳକର ସିନେମା ପ୍ରତି ଥିବା ଗଭୀର ଆକର୍ଷଣ ସମ୍ପର୍କରେ ଚିତ୍ରଣ କରାଯାଇଛି । ଏଥିରେ ଭାବିନ ରାବ୍ରି, ଭାବେଶ ଶ୍ରୀମାଲୀ, ରିଚା ମୀଣା, ଦିପେନ ରାୱଲ ଏବଂ ପରେଶ ମେହେଟ୍ଟା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ପ୍ରଥମ ଥର ୨୦୨୧ ମସିହାରେ ଟ୍ରିବେକା ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଥିଲା । ଯାହା ପରେ ଏହି ଚଳଚ୍ଚିତ୍ରଟି ଭିନ୍ନ ଭିନ୍ନ ପୁରସ୍କାର ସୋ’ରେ ପ୍ରଦର୍ଶିତ ହୋଇଛି, ଯେଉଁଠାରେ ଏହାକୁ ଉଚ୍ଚ ପ୍ରଶଂସା କରାଯାଇଥିଲା ।

    ଛେଲୋ ସୋ' ଚଳଚ୍ଚିତ୍ର ଏକ ଆସୁଥିବା ଯୁଗର ଏମିତି ଏକ କାହାଣୀ ଉପରେ ଆଧାରିତ ଯାହା ଏକ ୯ ବର୍ଷର ଛୋଟ ପିଲାକୁ ଘେରିଯାଏ । ଯେଉଁ ବାଳକ ଗାଁରେ ରୁହେ ଏବଂ ତାର ସିନେମା ସହିତ ଗଭୀର ସମ୍ପର୍କ ରହିଛି । ଚଳଚ୍ଚିତ୍ରର କାହାଣୀ ଦର୍ଶାଏ ଯେ, ଏକ ଛୋଟ ପିଲା ଗ୍ରୀଷ୍ମ ସମୟରେ ପ୍ରୋଜେକସନ ବୁଥରୁ ଚଳଚ୍ଚିତ୍ର ଦେଖିବା ପାଇଁ କିପରି ପୂରା ସମୟ ବିତାଇଥାଏ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook