Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଓଡ଼ିଶାରେ ‘ଓର୍ଜୁ’ ଘଣ୍ଟାର ଶୁଭାରମ୍ଭ

    Share on :
    ajab-Image
    Date: Jul 18, 2026    Views: 3544

    ଭୁବନେଶ୍ୱର: ଲେକର୍ବ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଅଧିକୃତ ଚ୍ୟାନେଲ୍ ପାର୍ଟନର ‘ସ୍ୱସ୍ତିକ ଏଣ୍ଟର ପ୍ରାଇଜେସ୍’ ପକ୍ଷରୁ ଭୁବନେଶ୍ୱରସ୍ଥ ‘ଟାଇମ୍ ୱାଲର୍ଡ’ ଠାରେ ‘ଓର୍ଜୁ’ ଘଣ୍ଟାର ଉନ୍ମୋଚନ ଉତ୍ସବ ଗତ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଲେକର୍ବ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଆଞ୍ଚଳିକ ପ୍ରବନ୍ଧକ(ଉତ୍ତର ଓ ପୂର୍ବ) ପବନ ଶର୍ମା ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ । ଏହି ଶୁଭାରମ୍ଭ ଓଡ଼ିଶାର ଗ୍ରାହମାନଙ୍କ ପାଇଁ ଏକ ସ୍ୱଦେଶୀ ଘଣ୍ଟା ବ୍ରାଣ୍ଡ ‘ଓର୍ଜୁ’କୁ ପରିଚିତ କରାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଅତ୍ୟାଧୁନିକ ପ୍ରିମିୟମ୍ ଡିଜାଇନ୍ ସହିତ ବିଶ୍ୱସ୍ତରୀୟ କାରୁକାର୍ଯ୍ୟର ଅପୂର୍ବ ସମନ୍ୱୟ ଆଣିଦେବ । ଏହା ହେଉଛି ଲେକର୍ବ ଇଣ୍ଡିଆର ଏକ ପ୍ରମୁଖ ଘଣ୍ଟା ବ୍ରାଣ୍ଡ, ଯାହାକୁ ଆଜିର ଯୁଗର ସଫଳ ଓ ସଂଗ୍ରାମୀ ବ୍ୟକ୍ତିମାନଙ୍କ ପାଇଁ ଏକ ସୁଲଭ ମୂଲ୍ୟରେ ପ୍ରିମିୟମ୍ ଟାଇମ୍ପିସ୍ ପ୍ରଦାନ କରିବାର ସଂକଳ୍ପ ସହ ସୃଷ୍ଟି କରାଯାଇଛି । କାଶ୍ମୀର ଶବ୍ଦ ‘ଓର୍ଜୁ’ରୁ ଏହି ବ୍ରାଣ୍ଡର ନାମକରଣ କରାଯାଇଛି, ଯାହାର ଅର୍ଥ ହେଉଛି ‘ଉତ୍ତମ ସ୍ୱାସ୍ଥ୍ୟ’ ।
    ଏହି ଘଣ୍ଟାର କିଛି ବୈଶିଷ୍ଟ୍ୟ ମଧ୍ୟରେ ରହିଛି ସାଫାୟାର କ୍ରିଷ୍ଟାଲ ଗ୍ଲାସ୍ । ଯାହା ସ୍କ୍ରାଚ ପ୍ରତିରୋଧକ ଓ ସମୟକୁ ସ୍ପଷ୍ଟ ଭାବେ ଦେଖିବାକୁ ସହାୟତା କରେ । ସେହିପରି ଏଥିରେ ସହଜରେ ଷ୍ଟ୍ରାପ୍ ବଦଳାଇବା ପାଇଁ ଇଜି ରିଲିଜ ମେକାନିଜିମ୍ ଦିଆଯାଇଛି । ଏହାଛଡ଼ା ସଲିଡ୍ ଲିଙ୍କ୍ ଷ୍ଟେନ୍ଲେସ୍-ଷ୍ଟିଲ୍ ବ୍ରେସ୍ଲେଟ୍ ହାତକୁ ଏକ ଚମକ୍ରାର ଅନୁଭୂତି ଓ ଆରାମ ପ୍ରଦାନ କରିଥାଏ । ଏହି ଘଣ୍ଟାର କିଛି ଆକର୍ଷଣୀୟ କଲେକ୍ସନ ମଧ୍ୟ ରହିଛି । ସେଗୁଡ଼ିକ ହେଲା କ୍ଲାସିକ ଆନାଲଗ, ଏଲିଗାଣ୍ଟ ମଲ୍ଟିଫଙ୍କସନ, ରିଚ କ୍ରୋନୋଗ୍ରାଫ ଓ ଅଟୋମାଟିକ୍ସ । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook